Advertisment

ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ; ମହାଦୀପ ଦର୍ଶନ ଅପେକ୍ଷାରେ ଭକ୍ତ

ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।

author-image
Pramod Behera
ଅଦ୍ୟତନ ହୋଇଛି
undefined

Crowd in Shivpitha on Mahashivratri

ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ। ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।

Advertisment

ସବୁଠି ଶିବ ଶିବ ଭାବ....ଶିବମୟ ଜଗତ...। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଏକାମ୍ର କ୍ଷେତ୍ର। ଭୋର ସମୟରୁ ହିଁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଥିବା ଭକ୍ତଙ୍କ ଗହଳି ସଂଧ୍ୟା ନଇଁବା ସହ ଆହୁରି ବଢିବାରେ ଲାଗିଛି। ନିର୍ଜଳ ଉପବାସ ରଖିବା ସହ ହଜାର ହଜାର ଭକ୍ତ ଦୀପ ଜାଳି ଶିବଙ୍କ ଉପାସନାରେ ମଗ୍ନ ଅଛନ୍ତି। ସମସ୍ତଙ୍କ ଅପେକ୍ଷା ମହାଦୀପ ଉଠିବାର ସେହି ପବିତ୍ର ସମୟକୁ।

ସେହିପରି ପୁରୀ ଲୋକନାଥ ପୀଠରେ ବି ବଡ଼ି ଭୋରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି। ଧୂପ, ଦୀପ ଓ ନୈବେଦ୍ୟ ଦେଇ ଆରାଧନା ସହ ମହାଦୀପ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି ଭକ୍ତଗଣ। ଏଠି ଶିବରାତ୍ରୀ ଅବସରରେ ହରିହର ଭେଟର ଅପୂର୍ବ ପରମ୍ପରା ରହିଛି। ମହାପ୍ରଭୁ ଲୋକନାଥ ଶ୍ରୀମନ୍ଦିରରୁ ପଂକ୍ତି ଭୋଗ ସାରି ରାତି ୧୧ଟା ଭିତରେ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ସଂପନ୍ନ ହେବ ଏହି ନୀତି। ଏହାପରେ ରାତି ୩ଟା ପାଖାପାଖି ଉଠିବ ମହାଦୀପ।

Advertisment

ଅନ୍ୟପକ୍ଷରେ ଜାଗରରେ ଭଦ୍ରକର ଆରଡ଼ି ଧାମ ବି ଲୋକାରଣ୍ୟ ହୋଇଉଠିଛି। ଏଠାରେ ଭୋର ୩ଟା ୧୫ରେ ମହାଦୀପ ଉଠିବାକୁ ଥିବାରୁ ସେହି ସମୟଙ୍କୁ ଅପେକ୍ଷା କରିଛନ୍ତି ଭକ୍ତବୃନ୍ଦ। ଏପଟେ ଭକ୍ତଙ୍କ ଗହଳିଚହଳି ଭିତରେ ପୂରି ଉଠୁଛି କଟକର ଧବଳେଶ୍ୱର ପୀଠ। ଏଥର ଝୁଲା ପୋଲ କିମ୍ବା ଡଙ୍ଗା ନୁହେଁ, ମହାନଦୀ ଭିତର ଦେଇ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ସେହିପରି ଢେଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠରେ ଜାଗର ଜାଳିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏଠାରେ ବି ରାତି ପହଡ଼ ପୂର୍ବରୁ ହରିହର ଭେଟ ପରମ୍ପରା ରହିଛି।

ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରରେ ବି ଦେଖାଦେଇଛି ସମାନ ଦୃଶ୍ୟ। ଜାଗର ଯାତ୍ରାରେ ମହାଦେବଙ୍କ କୃପା ଲାଭ କରିବାକୁ ଦେବଗିରି ପାହାଡ଼ ଚଢ଼ି ଦେବଦେବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏପଟେ ରାଉରକେଲାର ବେଦବ୍ୟାସ ପୀଠରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଛି। ସେହିପରି ସମ୍ବଲପୁରର ସୋମନାଥ ମନ୍ଦିର, କୋରାପୁଟର ଗୁପ୍ତେଶ୍ୱର, ରାୟଗଡ଼ାର ବାଲୁଙ୍କେଶ୍ୱର ଓ ନୟାଗଡ଼ର ବାବା

ଲଡୁକେଶ୍ୱର ମନ୍ଦିରରେ ବି ଶିବଦର୍ଶନ କରି ଧନ୍ୟ ହୋଇଛନ୍ତି ଭକ୍ତ।

Lingaraj Temple Jagara Yatra Mahashivratri Dhabaleswar Temple Jagara Jatra Mahashiv Ratri
Advertisment
Advertisment