ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରପଡା ଜେଲରେ ରହିବା ପରେ ପରୀକ୍ଷା ପ୍ରତ୍ୟେକ ଦିନ ଅଧିକାଂଶ ସମୟ ପାଠ ପଢାରେ ଦେଉଥିଲେ ଆଜାଦ୍। ଯାହାର ଫଳ ଏବେ ତାଙ୍କୁ ମିଳିଛି । ପିଜି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦଙ୍କର ସମ୍ପୃକ୍ତି ରହିଛି ।
ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।
ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍..
ନିଜ ଲଗାଇଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଓ ଶୋ-ଗଛ ସହିତ ଅନେକ ଫଳ ଗଛ ଲୋକଙ୍କୁ ବି ବିଭୋର କରୁଛି । ମ୍ୟୁଜିକପ୍ରତି ବି ବିଶ୍ଵନାଥଙ୍କର ବଡ ଦୁର୍ବଳତା ରହିଛି । ସେଇଥି ପାଇଁ ତ ଘରେ ନିଜେ ହାରମୋନିୟମ୍ ବଜାଇ ଗୀତ ଗାଆନ୍ତି । ନିଜ ଘରେ ମ୍ୟୁଜିକର ଏକ ଷ୍ଟୁଡିଓ ମଧ୍ୟ କରିଛନ୍ତି । ସଙ୍ଗୀତର ସ୍ୱରରେ ନିଜେ ଖୁସି ହେବା ସହିତ ଗଛ ସହ ନିଜର ଭାବନାକୁ ପ୍ରକାଶ କର ସହ ସେମାନଙ୍କୁ ସଙ୍ଗୀତ ମଧ୍ୟ ଶୁଣାନ୍ତି
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।
କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ ।
ହନି ସହ ମନି ଟ୍ରାପରେ ପଡ଼ି ଦେଇଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବରିଷ୍ଠ ଟେକ୍ନିକାଲ୍ ଅଫିସର ଗିରଫ ।
ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି ।
ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।
କର୍ମଚାରୀଙ୍କ ଦରମା, ପେନ୍ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା ।
ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।
ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।
ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ୍ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।
ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।
ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ କର୍ମକର୍ତ୍ତାଙ୍କ ମୁହାଁମୁହିଁ ହୋଇଥିଲା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଓଟିଭି’ ଓ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି।
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।
ଢେଙ୍କାନାଳ ହସ୍ପିଟାଲ୍ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍ଓ, ଏଡିଏମ୍ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି।
ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।
ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।