/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676714026.jpg)
Superstition
୧୧ଟି ଛୁଆ ପରେ ସ୍ତ୍ରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇବାରୁ ସ୍ୱାମୀ ନାରାଜ । ୩ ଦିନ ହେଲା ସ୍ତ୍ରୀକୁ ଘରେ ପୁରାଉ ନାହିଁ ସ୍ୱାମୀ । କେନ୍ଦୁଝର ତେଲକୋଇରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେଲକୋଇ ସଲେଇକେନା ଡ଼ିମିରିଆ ଗାଁର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଏବେ ୩ ଦିନ ହେଲା ବାହାରେ ଭୋକ ଉପାସରେ ପଡ଼ି ରହିଛନ୍ତି ।
ତାଙ୍କ ସ୍ୱାମୀଙ୍କୁ ଯିଏ ବି ବୁଝାଉଛି ସ୍ୱାମୀ ଧନୁ ତୀର ଧରି ତାଙ୍କୁ ମାରିବାକୁ ବାହାରୁଛନ୍ତି । ଜାନକୀଙ୍କ ୧୦ଟି ସନ୍ତାନ ଅଛନ୍ତି । ଗୋଟିଏ ଛୁଆ ଆଗରୁ ମରି ଯାଇଛି । ଏତେ ସନ୍ତାନ ଯୋଗୁଁ ଯୋଗୁଁ ଜାନକୀଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନାହିଁ । ତେଣୁ ସେ ମେଡିକାଲ ଯାଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ । ଏହା ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ଘରେ ପୁରାଇ ଦେଉନଥିବା ଅଭିଯୋଗ ହୋଇଛି । ସେ ଭାବୁଛନ୍ତି ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଗୁଁ ସ୍ତ୍ରୀ ଅପବିତ୍ର ହୋଇ ଯାଇଛନ୍ତି । ଏହା ଦ୍ୱାରା ପୂର୍ବପୁରୁଷ ପିଣ୍ଡ ପାଇବେ ନାହିଁ । ତେଣୁ ସେ ସ୍ତ୍ରୀକୁ ଆଉ ରଖିବେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)