• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Maa Santoshi
ପତ୍ନୀଙ୍କ ମନସ୍କାମନା ପୂରଣ କଲେ ସ୍ୱାମୀ; ଉପହାର ଦେଲେ ୭କୋଟି ଟଙ୍କାର ମନ୍ଦିର

ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।

  • Friday, 24 February 2023
  • Temple
Berhampur
ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି

Gopal
ଆଉ ଗୋପାଳ ହସୁନି...ଚୁପଚାପ୍‌ ବସୁଛି...

ଜେଲ ଭିତରେ ଏବେ ଚିନ୍ତାରେ ଅଛି କି ଗୋପାଳ? ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛି କି ? ଯଦି ପୂର୍ବରୁ ମନ୍ତ୍ରୀଙ୍କୁ ରାଗରେ ମାରିଥିବା ଗୋପାଳ କହୁଥିଲା ତେବେ ଏବେ ଜେଲ ଚାରିକାନ୍ଥ ଭିତରେ ଅନୁତାପ କରୁଛି କି?

LED Light
LED ଲାଇଟ୍‌ ପାଇଁ ରାତିସାରା ପିଟିଲେ ଘଂଟ

ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ

MP SAVE LIFE
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ

ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।

  • Friday, 24 February 2023
Farmer's Death In Boudh
ବିକ୍ରି ହୋଇପାରିଲାନି ମଣ୍ଡିରେ ପଡ଼ିଥିବା ଧାନ, ଚିନ୍ତାରେ ଚାଲିଗଲା ଚାଷୀଙ୍କ ଜୀବନ

ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି।

Finance Minister Niranjan Pujari to present state budget in Assembly today
ଆଜି ରାଜ୍ୟ ବଜେଟ୍‌, ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଆସିପାରେ ଲୋଭନୀୟ ସ୍କିମ୍‌

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 24 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 24 February 2023
scrapped in state
୨୦ ଦିନ ପରେ ଆପଣଙ୍କ ଗାଡି ରାସ୍ତାରେ ଆଉ ଚାଲିବନି?

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ

utkalmani gopabandhu das
ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।

Naba Dash Murder case
କେଉଁ ଆଡ଼େ ଯାଉଛି ନବ ହତ୍ୟା ତଦନ୍ତ ?

ନବ ଦାସ ହତ୍ୟା ମାମଲାରେ ଯଦି ବି FBIର ସହାୟତା ମିଳେ, ତାହେଲେ ଆମେରିକାର ଏହି ତଦନ୍ତକାରୀ ସଂସ୍ଥାର ବିହେଭିୟୋରାଲ୍ ସପୋର୍ଟ ୟୁନିଟ୍ କେବଳ ଗୋପାଳର ବ୍ୟାବହାରିକ ମୂଲ୍ୟାୟନ କରିବ । କିନ୍ତୁ ଅପରାଧ ଦିଗରେ ତଦନ୍ତ କରିବ ନାହିଁ । ଗୋପାଳ ଜଣେ ମାନସିକ ରୋଗୀ କି ନୁହେଁ ?

Pramila mallick
କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ହେଲେ ସରକାରଙ୍କ ପାଖରେ ନାହିଁ ଖବର

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

Police-public clash at Bamra statio
ବାମରା ଷ୍ଟେସନରେ ପୋଲିସ-ଜନତା ମୁହାଁମୁହିଁ; ୭ଜଣ ଆହତ

ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Kangaroo Court
ସାମାନ୍ୟ ଷ୍ଟ୍ରିଟଲାଇଟ୍ କଟାକୁ ନେଇ ୨ ପରିବାରକୁ ନିଆଁ ପାଣି ବନ୍ଦ !

ଏସ୍‌ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।

Budget
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର ।

Odisha Politics
ସୁର କହିଲେ ସାନ ପୁଅ କଂଗ୍ରେସରୁ ଲଢ଼ିବ, ହେଲେ ଦୁଇ ପୁଅ ରଖିଲେ ଭିନ୍ନ ମତ !

ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର ।

Prakash Mishra
‘ଏବେ ପୋଲିସ ପାଖରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଶୃଙ୍ଖଳିତ ନହେଲେ ବଡ଼ ଅଘଟଣ ଘଟିପାରେ’

ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି ।

Prakash Mishra On Naba Das
ପ୍ରକାଶ ମିଶ୍ରଙ୍କ ବଡ଼ ପ୍ରଶ୍ନ, ନବ ଦାସଙ୍କ ମତ୍ୟୁ ସମୟକୁ କାହିଁକି ଲୁଚାଗଲା ?

‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।

Scrap
ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍‌ ନଥିବା ଗାଡ଼ି

ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍‌ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍‌ କରାଯିବ। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Madhuri
ମାଆ ଚାଲିଯିବା ପରେ..ତିନି ଭଉଣୀଙ୍କୁ ମାଆ ପରି ପାଳୁଛି ବଡ ଭଉଣୀ

ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।

suando
ଚମକୁଛି ସୁଆଣ୍ଡୋ; ଲୋକାର୍ପିତ ହେଲା ସଂଗ୍ରହାଳୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।

Political Murder Issue
ଗୋପାଳ ପରେ ସରୋଜ୍‌ ଟେନସନ୍‌ : ନେତାଙ୍କୁ ହତ୍ୟା ପାଇଁ ଖୋଲା ଧମକ

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ବେଶି ଚର୍ଚ୍ଚାରେ । ୨୦୧୬ ମସିହାରେ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍‌ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ୨ ବର୍ଷ ଜେଲ୍‌ରେ ରହି ଜାମିନରେ ଏବେ ମୁକୁଳିଛନ୍ତି

Jodum Medical Issue
ନାହିଁନାହିଁରେ ଚାଲିଛି ମେଡିକାଲ: ଯିଏ ଆସିଲା, ତାଙ୍କୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ

ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍‌ରୁ ନରସିଂହପୁରକୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ। ୫ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି।

Mohana Special Story
ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ ଖୋଳିଲେ କବର !

ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି

The effect home on a irregular shape land
Vastu Tips: ଆପଣଙ୍କ ଘର ତେର୍ଚ୍ଛା ଭୂମିରେ ହୋଇଛି କି? ଜାଣନ୍ତୁ ଏହାର ପ୍ରଭାବ

ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ। ଏହା ବେଳେବେଳେ ସୁଫଳ ଦେଇଥାଏ ତ ପୁଣି କେତେକ କ୍ଷେତ୍ରରେ କୁଫଳ ମିଳେ।