Advertisment

ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା: ରାତି ୧୦ଟାରେ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିବ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା।  ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maha Shivratri celebrations

Maha Shivratri celebrations

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା।  ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।  ଏଥର ବି ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପାର୍କିଂ ପାଇଁ ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି।

Advertisment

ସେହିପରି ପୁରୀରେ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ଆୟୋଜନ ହୋଇଥିବା ବେଳେ ଭୋରରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବିଳମ୍ବିତ ରାତି ୧୨ଟା ୩୦ରେ ଲୋକନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଭୋର ୪ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

କଟକ ଆଠଗଡର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ୱାର ଫିଟାଯାଇ ମହାସ୍ନାନ କରାଯାଇଥିଲା ।

Advertisment

ଅପରାହ୍ଣରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗଲାଗି ବେଢା ପରିକ୍ରମା କରାଯିବ। ରାତି ୧ଟାରେ ଧବଳେଶ୍ୱର ପୀଠରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି। ପୀଠରେ ସିସିଟିଭି, ୮ ଜଣ ମାଜିଷ୍ଟ୍ରେଟ୍, ୫ ଜଣ ଡିଏସପି, ୫ ଇନ୍ସପେକ୍ଟର, ୧୪ ଜଣ ସବ-ଇନ୍ସପେକ୍ଟର, ୧୫ ଏଏସଆଇ, ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Mahashivratri
Advertisment
Advertisment