ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା
ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ ।
ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି ।
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।
ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।
ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।
ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି ।
ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।
ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।
ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।
ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ଘରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ବୃଦ୍ଧାଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି।
ଜଗତଜନନୀ ମା ଦୁର୍ଗାଙ୍କର ଏମିତି କିଛି ସ୍ୱପ୍ନାଦେଶ ମିଳିବା ପରେ ପୂଜକ ଅବିଳମ୍ବେ ଜଗନ୍ନାଥ ମନ୍ଦିର ପରିସରକୁ ଧାଇଁ ଗଲେ । ସ୍ୱପ୍ନାଦେଶ ଅନୁସାରେ ନିର୍ଦ୍ଧାରିତ ସ୍ଥାନରେ ଯଥା ରୀତିନୀତି ଅନୁସାରେ ଖନନ କାମ ଆରମ୍ଭ କରିଦେଲେ । 7 ଫୁଟ୍ ଖୋଳିବା ପରେ ଶେଷରେ ସତ ହେଲା ସ୍ୱପ୍ନାଦେଶ । ମିଳିଲେ ନାଗ ମୂର୍ତ୍ତି ଥିବା ଗଙ୍ଗା ମାତାଙ୍କ ଦିବ୍ୟ ଓ ଅଲୌକିକ ପ୍ରତିମା..
ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ: ବୋର୍ଡ ସଭାପତି
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
ପୋଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲି ଗିରଫ
କୋଟିଏ ଟଙ୍କାର ପୋଖରୀ । ଏମିତି ଏକ ପୋଖରୀ ଯାହାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ କାଗଜପତ୍ରରେ ୧ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର ଯେ ସଂପୂର୍ଣ୍ଣ ଭିନ୍ନ ।
ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।
ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଅଦା ଛେଚା ଓ ପୁଦିନାପତ୍ର ମଧ୍ୟ ପକାଇପାରିବେ ।
ଦିନକୁ ଦିନ ଅଣାୟତ ହେଲାଣି ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା । କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼... ଅବସ୍ଥା ଏଭଳି ଯେ, ଗାଡ଼ିମଟର ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି ।