• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ୧୫ ପ୍ରତିଶତ ବଢ଼ିଛି ଅପରାଧ । ଆଜି ଗୃହ ବିଭାଗ ପକ୍ଷରୁ ଜାରି ଶ୍ୱେତପତ୍ରରେ ଏ ସଂପର୍କରେ ଦର୍ଶାଯାଇଛି । ତାସହ ୫୧ ହଜାର ମାମଲାରେ ଚାର୍ଜସିଟ୍ ହୋଇ ନଥିବାବେଳେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧିପାଇଛି ।

୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ମାମଲା ୧ ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ୨୦୨୧ ତୁଳନାରେ ୨୦୨୨ରେ ଅଧିକ ୨୨ ହଜାର ୭୭୦ଟି ଅପରାଧ ହୋଇଛି ।

ଅଧିକ ପଢ଼ନ୍ତୁ: ସାଙ୍ଘାତିକ ! ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ; ତଥ୍ୟ ଦେଲେ ଗୃହରାଷ୍ଟ୍ରମନ୍ତ୍ରୀ

ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।

ତେବେ ୨୦୨୨ରେ ରୁଜୁ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ଟି ମାମଲା ସତ । ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଥାତ୍ ୫୧ ହଜାର ୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି ।

ସେହିପରି ୨୦୨୨ରେ ମୋଟ ୧୩୭୯ଟି ହତ୍ୟା ଘଟଣାରୁ ୧ ହଜାର ୩୦୧ଟି ସତ ଓ ସେଥିରୁ ୬୪୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୬୫ଟି ସତ୍ୟ ଓ ସେଥିରୁ ୨ହଜାର ୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।

୨୦୨୨ ମସିହାରେ ପୁଲିସ ତରଫରୁ ୧୪ ଥର ଗୁଳି ଚାଳନା କରାଯାଇଛି । ତେବେ ୨୦୨୧ ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ହତ୍ୟା ଓ ଧର୍ଷଣ ମାମଲା ଅପେକ୍ଷାକୃତ ହ୍ରାସ ପାଇଥିବା ଦର୍ଶାଯାଇଛି ଶ୍ୱେତପତ୍ର ।