• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷା ହୋଇଛି । ରାଜଧାନୀରେ ବି କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।

ଗତକାଲି ସନ୍ଧ୍ୟାରେ ଅସରାଏ ଦୁଇ ଅସରା ବର୍ଷା ପରେ ଆଜିର ବର୍ଷା ପରେ ସମ୍ପୂର୍ଣ୍ଣ ଭିଜିଛି ରାଜଧାନୀ । ସେପଟେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆଜି ଭଲ ବର୍ଷା ହୋଇଛି। ବିଶେଷକରି ବଲାଙ୍ଗିର, ବାଲେଶ୍ୱର, ନୟାଗଡ଼,  ରାୟଗଡ଼ା, କନ୍ଧମାଳ, କଳାହାଣ୍ଡିପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ ହୋଇଛି।

ସେହିପରି ପରବର୍ତ୍ତୀ ୨ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁରକେନ୍ଦ୍ରପଡ଼ା ରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚୁଛି ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୫୦ କି.ମି. ପବନ ବହିବା ସମ୍ଭାବନା ରହିଛି।

ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର କଳାହାଣ୍ଡି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।