Advertisment

IPL Best Bowling: ଏହି ଖେଳାଳିଙ୍କ ନାମରେ ରହିଛି ଆଇପିଏଲର ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ

ଆଇପିଏଲ୍ ଇତିହାସରେ ଅନେକ ଅବିସ୍ମରଣୀୟ ବୋଲିଂ ପ୍ରଦର୍ଶନ ରହିଛି। ବୋଲିଂ ବଳରେ ହିଁ ଟୁର୍ନାମେଣ୍ଟ ଜିତିବା ସମ୍ଭବ ହୋଇଥାଏ। ଆସନ୍ତୁ ନଜର ପକାଇବା ଆଇପିଏଲର ୫ ଶ୍ରେଷ୍ଠ ବୋଲିଂ ଫିଗର ଉପରେ ଯାହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
ipl

ipl

ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ ଇତିହାସରେ ଅନେକ ଅବିସ୍ମରଣୀୟ ବୋଲିଂ ପ୍ରଦର୍ଶନ ରହିଛି। ବୋଲିଂ ବଳରେ ହିଁ ଟୁର୍ନାମେଣ୍ଟ ଜିତିବା ସମ୍ଭବ ହୋଇଥାଏ। ଆସନ୍ତୁ ନଜର ପକାଇବା ଆଇପିଏଲର ୫ ଶ୍ରେଷ୍ଠ ବୋଲିଂ ଫିଗର ଉପରେ ଯାହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଆଇପିଏଲ୍‌ର ଶ୍ରେଷ୍ଠ ୫ଟି ବୋଲିଂ ଫିଗର:

Advertisment

ଅଲଜାରି ଯୋଶେଫ - ୬/୧୨, ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ, ୨୦୧୯

ଆଇପିଏଲ୍ ଇତିହାସରେ ଏହା ସର୍ବଶ୍ରେଷ୍ଠ ବୋଲିଂ ଫିଗର। ଯୋଶେଫ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରି ଦେଇଥିଲେ। ଯୋଶେଫ ମାତ୍ର ୧୨ ରନ୍‌ ବ୍ୟୟ କରି ୬ ୱିକେଟ୍ ନେଇଥିଲେ। ସନରାଇଜର୍ସ ସମ୍ମୁଖରେ ୧୧୮ ରନ୍‌ର ସହଜ ବିଜୟ ଲକ୍ଷ୍ୟ ରହିଥିଲେ ମଧ୍ୟ ଦଳ ମାତ୍ର ୯୬ ରନ୍‌ରେ ଅଲଆଉଟ୍ ହୋଇଥିଲା।

ସୋହେଲ୍ ତନଭୀର - ୬/୧୪, ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ, ୨୦୦୮

ଆଇପିଏଲ୍‌ର ପ୍ରଥମ ସିଜନ୍‌ରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର ରେକର୍ଡ କରିଥିଲେ ସୋହେଲ ତନଭୀର। ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ତନଭିର ଚେନ୍ନାଇ ସୁପର କିଙ୍ଗ୍ସ ବିରୁଦ୍ଧରେ ଏହି ଐତିହାସିକ ପ୍ରଦର୍ଶନ କରିଥିଲେ। ମାତ୍ର ୧୪ ରନ ଦେଇ ୬ ଜଣ ଚେନ୍ନାଇ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଚେନ୍ନାଇ ମାତ୍ର ୧୦୯ ରନ୍‌ରେ ସୀମିତ ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତିଥିଲା।

Advertisment

ଆଡାମ ଜାମ୍ପା - ୬/୧୯, ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ, ୨୦୨୩

ଅଷ୍ଟ୍ରେଲିଆର ଲେଗ୍-ସ୍ପିନର ଆଡାମ ଜାମ୍ପା ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଦମଦାର ପ୍ରଦର୍ଶନ କରିଥିଲେ। ୨୦୨୩ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୯ ରନ୍‌ରେ ୬ ୱିକେଟ୍ ନେଇ ସେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ। ଯୁବରାଜ ସିଂ, କେନ ୱିଲିୟମସନ, ମୋସେସ ହେନରିକସ, ଦୀପକ ହୁଡା, ନମନ ଓଝା ଓ ଭୁବନେଶ୍ବର କୁମାରଙ୍କୁ ସେ ଆଉଟ କରିଥିଲେ।

ଅନୀଲ କୁମ୍ବଲେ - ୫/୫, ଆରସିବି ବନାମ ରାଜସ୍ଥାନ ରୟାଲ୍ସ, ୨୦୦୯

ଭାରତୀୟ କିମ୍ବଦନ୍ତୀ ଲେଗ ସ୍ପିନର କୁମ୍ବଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ବେଳେ ଆଇପିଏଲର ଦ୍ବିତୀୟ ସିଜନରେ ଚମତ୍କାର ବୋଲିଂ କରିଥିଲେ। ଟେଷ୍ଟରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିବା କୁମ୍ବଲେ ୫ ରନ୍‌ରେ ୫ ୱିକେଟ୍ ନେଇଥିଲେ। ରାଜସ୍ଥାନ ରୟାଲ୍ସ ୫୮ ରନ୍‌ରେ ଅଲଆଉଟ୍ ହୋଇଥିଲା ।

ଇଶାନ୍ତ ଶର୍ମା - ୫/୧୨, ଦିଲ୍ଲୀ ଡେୟାର ଡେଭିଲ୍ସ ବନାମ କୋଚି ଟସ୍କର୍ସ କେରଳ, ୨୦୧୧

ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଖେଳିଥିବା ଇଶାନ୍ତ ଶର୍ମା ୫ ୱିକେଟ ସଫଳତା ହାସଲ କରିଥିଲେ। କୋଚି ଟସ୍କର୍ସ କେରଳ ବିରୁଦ୍ଧରେ ସେ ୧୨ ରନ୍‌ରେ ୫ ୱିକେଟ୍ ନେଇଥିଲେ। ଏହି ପ୍ରଦର୍ଶନ ବଳରେ ଦିଲ୍ଲୀ ବୃହତ ବିଜୟ ହାସଲ କରିଥିଲା।

IPL IPL 2025
Advertisment
Advertisment