Advertisment

ପଖାଳ...ନାଁ ଶୁଣିଲେ ମାତ୍ରେ ଓଡ଼ିଆଙ୍କ ପାଟିରୁ ଲାଳଗଡେ

ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଅଦା ଛେଚା ଓ ପୁଦିନାପତ୍ର ମଧ୍ୟ ପକାଇପାରିବେ ।

author-image
Sarbeswar
ଅଦ୍ୟତନ ହୋଇଛି
undefined

pakhala

ପଖାଳ...ନାଁ ଶୁଣିଲେ ମାତ୍ରେ ଓଡିଆଙ୍କ ପାଟିରୁ ଲାଳଗଡେ । ପିଲାଠୁ ବୁଢା ସମସ୍ତେ ଏହାକୁ ଖାଇବାକୁ ପସନ୍ଦ ବି କରନ୍ତି । ପ୍ରତିଟି ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ ପଖାଳ । ଓଡ଼ିଆଙ୍କ ଇଷ୍ଟଦେବତା ବ୍ୟଞ୍ଜନପ୍ରିୟ କାଳିଆ ଠାକୁର ବି ଭାରି ପଖାଳ ଲୋଭୀ । ପଖାଳ ନଖାଇଲେ କାଳିଆକୁ ନିଦ ଆସେନି । ଡାଏଟିସିଆନ୍ କୁହନ୍ତି ଓଡ଼ିଆଙ୍କ ପଖାଳ ଓ ତୋରାଣି ଶରୀର ପାଇ ହିତକାରକ । ନିଦାଘର ତାତି ବଢ଼ିବା ସହ ପଖାଳ ଖିଆ ବି ବଢେ । ଆସନ୍ତୁ ଜାଣିବା କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ....

Advertisment

ଦହି ପଖାଳ

ନଡ଼ିଆ, ଲେମ୍ବୁ, ଆମ୍ବ, କାକୁଡ଼ି, କଞ୍ଚା ଲଙ୍କା, ପୁଦିନାପତ୍ର, ମଲ୍ଲୀ ଫୁଲ ପାଣି, ଭୃସଙ୍ଗ ପତ୍ର, କମଳା ଚୋପା ଓ ପତ୍ର, ଆମ୍ବ କସି ଅଦା ଏଭଳି ୧୨ ପ୍ରକାରର ଜିନିଷ ବ୍ୟବହାର କରାଯାଇ ପ୍ରସ୍ତୁତ ହୁଏ ଦହି ପଖାଳ। ଆଉ ତା ସାଙ୍ଗକୁ ବିଭିନ୍ନ ପ୍ରକାରର ଭଜା । ଯେମିତିକି ବାଇଗଣ ଭଜା, କଦଳୀ ଭଜା, ସଜନା ଶାଗ ଭଜା, କୋଶଳା ଶାଗ ଭଜା ସହ ବଡ଼ିଚୁରା, ବାଈଗଣ ଭର୍ତ୍ତା, ପାମ୍ପଡ, ଆଳୁ, ସଜନା ଛୁଇଁଠାରୁ ଆରମ୍ଭ କରି ମାଛ ଭଜା....ଓଃ ପାଗ ପୂରା ଜମିଯିବ....

ଅଧିକ ପଢ଼ନ୍ତୁ: ପଖାଳରେ ଖାଦ୍ୟ ସାର; ଦୂର କରିଥାଏ ଅନେକ ରୋଗ

ସଜ ପଖାଳ

ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ଏହା ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଅଦା ଛେଚା ଓ ପୁଦିନାପତ୍ର ମଧ୍ୟ ପକାଇପାରିବେ ।

Advertisment

ବାସି ପଖାଳ

ପଖାଳ କହିଲେ ସାଧାରଣତଃ ବାସି ପଖାଳକୁ ହିଁ ବୁଝିଥାନ୍ତି ଲୋକେ । ଥଣ୍ଡା ଭାତ ବା ବଳକା ଭାତରେ ପାଣି ଦେଇ ୧୨ ଘଣ୍ଟାରୁ ଅଧିକ ସମୟ ରଖି ଦେଲେ ବାସି ପଖାଳରେ ପରିଣତ ହୋଇଯାଏ ପଖାଳ । ଯେଉଁଥିରେ ଦହି କିମ୍ୱା ଲେମ୍ୱୁ ନ ପକାଇଲେ ବି ଏହା ଏତେ ସ୍ୱାଦିଷ୍ଟଥାଏ ଯେ ଖାଇବା ଲୋକ ହିଁ ତାର ମଜା ଜାଣିଛି ।

ସଜ ପଖାଳ, ବାସୀ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ, ଚାଇଁ ପଖାଳକୁ ଛାଡି ଓଡ଼ିଆମାନେ ଟଭା ପଖାଳ, ଅଦା ପଖାଳ, କଞ୍ଚାଆମ୍ବ ପଖାଳ, କାକୁଡ଼ିକୋରା ପଖାଳ, ବଡ଼ି ପଖାଳ ଆଦି ତିଆରି କରି ଖାଇଥାନ୍ତି । ଆଉ ପଖାଳ ସହ ବଢି ଚୁରା, ଟମାଟୋ ପୋଡା, ବାଇଗଣ ଭରତା, ଆଳୁ ଚକଟା, ସଜନା ଛୁଇଁ ଭଜା, ଜହ୍ନି ପୋଡା, ଭେଣ୍ଡି ଭଜା, ଶାଗ ଭଜା, ଆମ୍ୱଲ ଚକଟା, ତେନ୍ତୁଳି ଖଟା, ଚୁନା ମାଛ ରାଇ, ଛତୁ ବେସର, କାକୁଡି, ଆମ୍ବ, ରସୁଣ, ପିଆଜ, କଞ୍ଚା ଲଙ୍କା, ଆମ୍ବ ଚଟଣି ଥିଲେ ଖାଇବା ଜମି ଯାଏ। ବିଶେଷ କରି ଖରା ଦିନ ଆସିଲେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଏ । ଧୁ ଧୁ ଖରା ବେଳେ ତୁଣ୍ଡରେ ପଖାଳ ଗଣ୍ଡିଏ ଓ ତୋରାଣି ମୁନ୍ଦିଏ ପଡି ଗଲେ ଭାରି ଶାନ୍ତି ଲାଗେ....ସତରେ ପଖାଳ ଯିଏ ଖାଇନି ସିଏ ତାର ମଜା ଜାଣିବ ବା କେମିତି?

Pakhala Pakhala Dibasa
Advertisment
Advertisment