/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679324363.jpg)
Naba Das - Sushant Singh
ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ କ୍ୱାର୍ଟର୍ସକୁ ଟମୋଟୋ ମାଡ଼ । ବିଧାନସଭା ଆଗରେ ହଲ୍ଲାବୋଲ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ । ନବ ଦାସ ହତ୍ୟା ମାମଲା ରେ ଛାତ୍ର କଂଗ୍ରେସ ର ଗର୍ଜନ । ପ୍ରଥମେ ସୁଶାନ୍ତ ସିଂଙ୍କ ବାସଭବନକୁ ଘେରାଉ କରିଥିଲା, ପରେ ଦଳର କର୍ମୀମାନେ ଘର ଉପରକୁ ଟମୋଟୋ ମାଡ଼ କରିଥିଲେ । ସେମାନେ ବାସବଭନକୁ ଧସେଇ ପଶିଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।
ସେପଟେ ବିଧାନସଭା ଆଗରେ ବି ଛାତ୍ର କଂଗ୍ରେସ୍ ବିକ୍ଷୋଭ କରିବା ସହ ବିଧାନସଭା ଘେରାଉ କରିଥିଲା । ବ୍ୟାରିକେଡ୍ ଡେଇଁ ଆଗକୁ ଯିବାକୁ ଉଦ୍ୟମ ସମୟରେ ପୋଲିସ ସହ ହୋଇଥିଲା ଠେଲାପେଲା । ସେହିଭଳି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଆଗରେ ବି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ନବ ଦାସଙ୍କ ସହ ସୁଶାନ୍ତ ସିଂଙ୍କର ଶତ୍ରୁତା ଥିବା ଅଭିଯୋଗ କରି ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଦାବି କରିଛି ଛାତ୍ର କଂଗ୍ରେସ୍ ।
ବିଜେପି ମଧ୍ୟ ନବ ଦାସ ହତ୍ୟା ପଛରେ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରି ହତ୍ୟାକାଣ୍ଡ ଦିନ ଗୁଇନ୍ଦା କଣ କରୁଥିଲା ବୋଲି ପ୍ରଶ୍ନ କରିଛି । ନବଙ୍କ କଳା ସାମ୍ରାଜ୍ୟ ହଡପ୍ ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ସୁଶାନ୍ତ ସିଂଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।
ସେପଟେ ନବ ଦାସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ପୋଲିସ୍ ASI ଗୋପାଳ ଦାସଙ୍କୁ ନେଇ ବିଧାନସଭାରେ ଆସିଛି ନୂଆ ତଥ୍ୟା । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଲିଖିତ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ASI ଗୋପାଳ ଦାସ କେବେ ବି ମାନସିକ ରୋଗର ଚିକିତ୍ସା ପାଇଁ ଛୁଟି ଆବେଦନ କରନିଥିଲା କି ବଦଳି ଲାଗି ଦରଖାସ୍ତ କରିନଥିଲା । ବିନା ଅନୁମତିରେ ୨୦୧୪ରେ ଦୁଇମାସ ଛୁଟିରେ ରହିଥିଲା ।
ତେବେ ପରେ ବାଇପୋଲାର୍ ଡିଜଅର୍ଡର ଚିକିତ୍ସା ସଂପର୍କିତ ବ୍ରହ୍ମପୁର MKCG ମେଡିକାଲ୍ କଲେଜର କାଗଜପତ୍ର ଓ ଫିଟନେସ୍ ସାର୍ଟିଫିକେଟ୍ ଦାଖଲ କରିଥିଲା । ୨୦୧୫ରେ ବି ବିନା ଅନୁମତିରେ ଗୋପାଳ ପ୍ରାୟ ୪ ମାସ ଛୁଟିରେ ରହିଥିଲା । ଚାକିରିିରେ ଯୋଗ ଦେଲା ବେଳେ ପୁଣି ଥରେ ପୂର୍ବଭଳି ବାଇପୋଲାର୍ ଡିଜଅର୍ଡର ଚିକିତ୍ସା ସଂପର୍କିତ ଡକ୍ୟୁମେଣ୍ଟ ଦେଇଥିଲା । ଏସବୁ ଭିତରେ କିନ୍ତୁ ଗୋପାଳ ତାର ଡ୍ୟୁଟି ସ୍ୱାଭାବିକ ଭାବେ କରୁଥିଲା । ଯେଉଁଥିପାଇଁ ଗୋପାଳ ପୁରସ୍କୃତ ବି ହୋଇଥିଲା । ତେବେ ଗୋପାଳ ପାଗଳ ନୁହଁ ବୋଲି ପୂର୍ବରୁ ଏସ୍ସିବି ମେଡିକାଲ୍ ବୋର୍ଡ୍ ରିପୋର୍ଟ ଦେଇସାରିଛି । ତେଣୁ କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ନବଙ୍କୁ ଗୋପାଳ ହତ୍ୟା କଲା ତାହା ଏବେ ବି ବଡ ପ୍ରଶ୍ନ ହୋଇ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)