ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି।
ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ଓ ଜେଇ । କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେପଟେ ଲାଞ୍ଚ ନେଇ ଧରାପଡିଛନ୍ତି ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନସ ଧଳ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।