• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Popular DJ Azex Found Dead Family Alleges Murder
DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି, ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ...

ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।

  • Sunday, 19 March 2023
Free Education
ନିଜର ସିନା ପିଲା ନାହିଁ...ଗାଁର ୬୦ ପିଲାଙ୍କୁ ମାଗଣା ପଢାଇ ଏବେ ଚର୍ଚ୍ଚାରେ ଦମ୍ପତି

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି

Woman seeks financial assistance
ସୁଅ ମୁହଁରେ ସନ୍ତୋଷଙ୍କ ସଂସାର : ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?

4 bear masked robbers
ତୁମ ୪ ଖୁରାକୁ ଜୁହାର । ରାତିରେ ଭାଲୁ, ଦିନରେ ରାଜା

ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍‌ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା ବରବାଡି କେନାଲ ଛକରେ ଲୁଟ୍ ପାଇଁ ପ୍ଲାନ୍‌ କରୁଥିବା ବେଳେ ମାଡି ବସିଥିଲା ପୋଲିସ୍‌ । ପୋଲିସର ଅଚାନକ ଚଢାଉ ବେଳେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ବାନ୍ଧିଛି ପୋଲିସ୍‌।

Con couple arrested in Chandrasekharpur for blackmailing house owner over rent
କଟକ, ଭୁବନେଶ୍ୱରରେ ଘରଭଡ଼ା ଦେଉଛନ୍ତି କି ? ସାବଧାନ ! ନଚେତ୍‌ ଆପଣ ବି କେତେବେଳେ ଏମିତି ଫସି ଯାଇପାରନ୍ତି...

କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ।

  • Sunday, 19 March 2023
elderly persons suffer
ବସ୍‌ ନଥିଲା କି ଅଟୋ ମିଳିଲାନି, ଉପାୟଶୂନ୍ୟ ହୋଇ ୪୦ କିମି ଚାଲିଚାଲି ଗଲେ ରୋଗୀ

ସବୁଠୁ ଆଶ୍ଟର୍ଯ୍ୟ କରିଥିଲା ଯେତେବେଳେ ଜଣେ ରୋଗୀ ଗାଡି ନପାଇବା ପରେ ରାସ୍ତା କଡରେ ବସିପଡିଥିଲେ । ତାଙ୍କର ଅସୁବିଧା କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ଦେହ ଖରାପ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ ଚିକିତ୍ସା ପାଇଁ । ୮ ଦିନ ମେଡିକାଲରେ ବି ରହିଲେ । କିନ୍ତୁ ଘରକୁ ଫେରିବା ବେଳେ ଗାଡି ପାଇଲେନାହିଁ । କଷ୍ଟେମଷ୍ଟେ ଯେତିକି ବାଟ ପାରିଲେ ସେତିକି ଚାଲିଲେ। ଆଉ ଯେଉଁଠି ନପାରିଲେ ସେଇଠି ବସିଲେ।

  • Sunday, 19 March 2023
Famous DJ Azex Alias Akshay Kumar Died
ରହସ୍ୟ ଘେରରେ ଲୋକପ୍ରିୟ DJ Azexଙ୍କ ମୃତ୍ୟୁ

ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

  • Sunday, 19 March 2023
Today Rainfall Likely In 15 Districts Of Odisha
ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ ! ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ସତର୍କ ରୁହନ୍ତୁ...

କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

IAS Officer
ସାବାସ୍‌ ଲେଡି IAS : ଡଙ୍ଗାରେ ୩ କି.ମି., ପାଦରେ ୪ କି.ମି.

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି ? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍‌ ।

Former Jharsuguda MLA Birendra Pandey No More
ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

  • Sunday, 19 March 2023
breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 19 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 19 March 2023
Pranabprakash Das
‘ଲୋକଙ୍କ ପାଇଁ ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି’

‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।

  • Saturday, 18 March 2023
  • BJD
  • 5T
Rain
ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ବାଲେଶ୍ୱର ସହରରେ ଆଜି ଆକାଶରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ କିଛି ସମୟ ଧରି ବର୍ଷା ଲାଗି ରହିଥିଲା । ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ବି ହୋଇଥିଲା ।

Matric Exam
ପୁଣି ମାଟ୍ରିକ୍‌ ବିଭ୍ରାଟ; ଦ୍ୱନ୍ଦ୍ୱରେ ପକାଇଲା ପ୍ରଶ୍ନପତ୍ର ତ୍ରୁଟି

ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Drying Mahanadi
ମରୁ ପାଲଟିଗଲାଣି ମହାନଦୀ : ଜୀବନ ଜୀବିକା ଗୁରୁତର,ପିଇବା ପାଣି ପାଇଁ ହାହାକାର ସ୍ଥିତି

ଛତିଶଗଡରୁ ଫ୍ଲୋ ନାହିଁ . . .ହୀରାକୁଦରେ ପାଣି ନାହିଁ

electricity power cut
ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

murder
୬ ଦିନର ଝିଅକୁ ମାରି ମା’ ଗିରଫ

କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା

  • Saturday, 18 March 2023
  • Murder
Sameer Dash
ଲିକ୍ ହୋଇନି ପ୍ରଶ୍ନପତ୍ର, ହୋଇଛି ମୁଦ୍ରଣ ତ୍ରୁଟି: ସମୀର

ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି ।

Errors in BSE matric exam paper
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି : ଅଭିଯୋଗକୁ ସ୍ୱୀକାର କଲା ବୋର୍ଡ

ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

camel
ଓଟ ଆଖିରେ ଲୁହ : ସ୍ୱାର୍ଥପର ମଣିଷକୁ ପଚାରୁଛି ଏମିତି ପ୍ରଶ୍ନ...

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।

BSKY ISSUE
କଲେକ୍ଟର ମାଡାମ ! ତୁମ ବିଜୁ କାର୍ଡ ତୁମେ ନେଇଯାଅ...କୋଉ ମେଡିକାଲରେ ତ କାମ କଲାନି, ରଖିବୁ କାହିଁକି ?

ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍‌ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।

5t School
ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍‌ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Dibyang
ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଭରା କାହାଣୀ : ଜଣେ ରାମ ହେଲେ ଆଉ ଜଣେ ଲକ୍ଷ୍ମଣ

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।

Errors in Odisha Matric exam question papers
ମାଟ୍ରିକ ପ୍ରଶ୍ନପତ୍ରରେ ଗୋଳମାଳ: ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।