• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚାଷ ଜମିରେ ପାଣି, ଚାଷକୁ ବଞ୍ଚାଇବା ପାଇଁ କିଏ ଚାଷ ଜମିରୁ ପାଣି କାଢୁଛି ତ ଆଉ କିଏ ବିଲରୁ ନାଳ ତିଆରି କରି ଜମିରୁ ପାଣି ବାହାର କରୁଛି । ତ ଆଉ କିଏ ପୁଣି ମେସିନ୍‌ ଲଗାଇ ବିଲରୁ ପାଣି କାଢିବାରେ ବ୍ୟସ୍ତ ଅଛନ୍ତି । ଥିଲାଥିଲା ହଠାତ୍‌ ପ୍ରବଳ ମାତ୍ରାରେ କୁଆପଡର ସହ ବର୍ଷିଲା । ୩ ମାସର କଠିନ ପରିଶ୍ରମ ଯେତେବେଳେ ଆଖି ସାମ୍ନାରେ ନଷ୍ଟ ହୋଇଯାଉଛି ସେତେବେଳେ କୋଉ ଚାଷୀ ବା ଧୈର୍ଯ୍ୟ ଧରିବ?

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା ।

ଅଧିକ ପଢ଼ନ୍ତୁ: ଅଦିନିଆ ବର୍ଷା ଧୋଇନେଲା ଚାଷୀ ସମ୍ପତ୍ତି; ଉଜୁଡ଼ିଲା ସୁନାର ଫସଲ

ଗତ ଦୁଇଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବା କାରଣରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏମିତିକି ବର୍ଷକ ଯାକର ଫସଲ ପୂରା ନଷ୍ଟ ହେବା ଉପରେ । ଯେଉଁ ରାଜରାସ୍ତା କଡରେ ତରଭୁଜ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ ଆଜି ସେହି ରାସ୍ତାରେ ନିଜ ଚାଷକୁ ବଂଚାଇବା ପାଇଁ କୁଢକୁଢ ରଖିଛି ତରଭୁଜ ।

ଜଳେଳଶ୍ୱର ଅଂଚଳର ଅନେକ ଚାଷୀ ଧାରକରଜ କରି ଚାଷ କରିଥିଲେ । ଆଶାଥିଲା ଭଲ ଅମଳ ହେବ...ଆଉ ଫସଲ ବିକ୍ରି ହେବା ପରେ ବଜାରରେ ବିକ୍ରି କରି ଋଣ ପରିଶୋଧ କରିବ ସହିତ ଦୁଇ ପଇସା ସଂଚୟ କରିବେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଏବେ ସମସ୍ତଙ୍କର ଅପେକ୍ଷା କେବେ ସେମାନଙ୍କୁ ସରକାରୀ ସାହାଯ୍ୟ ମିଳିବ ଓ କେବେ ଋଣ ପରିଶୋଧ କରିପାରିବେ ଚାଷୀ...

( ଜଳେଶ୍ୱରରୁ ଅଜିତ୍ ଦାସ )