/odishatv-khabar/media/post_attachments/uploadimage/library/16_9/16_9_0/s_1679303636.jpg)
Matric Girl Student Allegedly Commits Suicide In Jajpur
ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାମଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡ଼ିଛି। ସେ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ।
Advertisment
ଅଧିକ ପଢ଼ନ୍ତୁ: ଶେଷ ହେଲା ମାଟ୍ରିକ୍ ପରୀକ୍ଷା : ଆସନ୍ତା ୩ରୁ ଖାତାଦେଖା ଆରମ୍ଭ
ସୂଚନା ଅନୁସାରେ, ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି। ମାନସିକ ଚାପରେ ଥିବା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଗତକାଲି ରାତିରେ ସେ ତାଙ୍କ ଘରେ ନିଜ ଓଢଣିରେ ଝୁଲି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଖବର ପାଇ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)