• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାତାଳରେ ପୋତି ହୋଇ ରହିଛନ୍ତି ଗଙ୍ଗାମାତା । ତାଙ୍କୁ ଉଦ୍ଧାର କରି ପୂଜାର୍ଚ୍ଚନା କର । ମୁଁ ବାଟ ବତେଇ ଦେବି ତୁମେ ମାଟି ଖୋଳି ମୂର୍ତ୍ତି ବାହାର କର । ଜଗତଜନନୀ ମା ଦୁର୍ଗାଙ୍କର ଏମିତି କିଛି ସ୍ୱପ୍ନାଦେଶ ମିଳିବା ପରେ ପୂଜକ ଅବିଳମ୍ବେ ଜଗନ୍ନାଥ ମନ୍ଦିର ପରିସରକୁ ଧାଇଁ ଗଲେ ।

ସ୍ୱପ୍ନାଦେଶ ଅନୁସାରେ ନିର୍ଦ୍ଧାରିତ ସ୍ଥାନରେ ଯଥା ରୀତିନୀତି ଅନୁସାରେ ଖନନ କାମ ଆରମ୍ଭ କରିଦେଲେ । ୭ ଫୁଟ୍ ଖୋଳିବା ପରେ ଶେଷରେ ସତ ହେଲା ସ୍ୱପ୍ନାଦେଶ । ମିଳିଲେ ନାଗ ମୂର୍ତ୍ତି ଥିବା ଗଙ୍ଗା ମାତାଙ୍କ ଦିବ୍ୟ ଓ ଅଲୌକିକ ପ୍ରତିମା । ବାସ୍ ତା ପରେ ଆରମ୍ଭ ଗୋଇଗଲା ପୂଜାବିଧି । ଏମିତି କିଛି ଘଟଣାକୁ ନେଇ ଏବେ ମାଲକାନଗିରି ଜିଲ୍ଲା ଚିତ୍ରୋକଣ୍ଡାରେ ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି ଯାଜପୁରରେ...ଉଚ୍ଚତା ଜାଣିଛନ୍ତି କି?

ଦେବୀଙ୍କ ସ୍ୱପ୍ନାଦେଶ କ୍ରମେ ଏହି ମୂର୍ତ୍ତି ବାହାରିଥିବାରୁ ସେହି ସ୍ଥାନକୁ ପରିଷ୍କାର ପରିଚ୍ଛନ କରି ପୂଜାର୍ଚ୍ଚନା କରାଯାଇଛି । ସ୍ୱପ୍ନାଦେଶ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସେହି ସ୍ଥାନରେ ଭିଡ ବି ଦେଖିବାକୁ ମିଳିଛି । କୀର୍ତ୍ତନ ଶଙ୍ଖ ଧ୍ୱନୀ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ଅଞ୍ଚଳ ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦରମହକୁମା ପଞ୍ଜାବୀ ଛକ ସ୍ଥିତ ତିରୁପତି ବାଲାଜୀ ଓ ଜଗନ୍ନାଥ ମନ୍ଦିର ପରିସରରୁ ଗଙ୍ଗା ମାତାଙ୍କ ମୂର୍ତ୍ତି ମିଳିଥିବାରୁ ଏହାକୁ ଦେଖିବାକୁ କେବଳ ସ୍ଥାନୀୟ କାହିଁକି ବାହାରୁ ମଧ୍ୟଲୋକ ବେଶ୍ ଭିଡ଼ ଜମାଇଛନ୍ତି ।

(ରିପୋର୍ଟର - ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ)