/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742345619.jpg)
Sunita Williams
ଲିଭି ସାରିଛି ଛାତିର ଭୟର... ଓଠରେ ଫୁଟୁଛି ହସ । ଖାଲି ନାସା ନୁହେଁ, ସାରା ବିଶ୍ୱ ବେଶ୍ ଖୁସି ଏ ବୈଜ୍ଞାନିକମାନଙ୍କ ସଫଳତା ପାଇଁ । ପୂର୍ବ ନିର୍ଦ୍ଧାରିତ ଅନୁସାରେ ପ୍ରାୟ ପାଖାପାଖି ଭାରତୀୟ ସେହି ସମୟ ମଧ୍ୟରେ ପୃଥିବୀ ପୃଷ୍ଠରେ ପାଦ ଥାପିଛନ୍ତି ସୁନୀତା । ସୁନୀତାଙ୍କ ସହ ୪ ସାଥୀ ସହଯୋଗୀଙ୍କୁ ଦେଖି ନାଶା ବି ବେଶ୍ ଖୁସ୍ । କାରଣ ଦୀର୍ଘ ୯ ମାସର ପ୍ରରିଶ୍ରମ ତା’ର ସଫଳ ହୋଇଛି । ଅନ୍ତରୀକ୍ଷରୁ ଫେରିଆସିଛନ୍ତି ସାହସୀ ସୁନିତା, ବୁଚ୍ ୱିଲମୋର୍ ଏବଂ ଅନ୍ୟ ୨ ମହାକାଶଚାରୀ । ପୃଥିବୀକୁ ଫେରିବା ପୂର୍ବରୁ ଏଥିଲା ସୁନୀତାଙ୍କ ପାଇଁ କିଛି କିଛି ସ୍ଥାନରେ ପ୍ରାର୍ଥନା । ହୋମ ଯଜ୍ଞ, ସହ ଭଗବାନଙ୍କୁ ହୃଦୟରୁ ଡାକିଥିଲେ ଲୋକେ । ସୁନୀତାଙ୍କ ସଫଳ ଯାତ୍ରା ପାଇଁ କାମନା କରିଥିଲେ ।
ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ । ..ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସିରହିଥିଲେ ।
ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।
ଅନ୍ୟପଟେ ସୁନୀତାଙ୍କ ଫେରିବା ବାଟକୁ ଯେମିତି ଅନାଇ ବସିଛି ଭାରତ । କରାଯାଉଛି ପୂଜାର୍ଚ୍ଚନା ଏବଂ ପୃଥିବୀକୁ ସୁନୀତା ଫେରିଲେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିଲାଗି କିଛି ଦିନ ପୂର୍ବରୁ ସୁନୀତାଙ୍କୁ ମୋଦି ଚିଠି ମଧ୍ୟ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)