Advertisment

ସାବଧାନ ! ! ! ବୁଲୁଛି ମହାବଳ, ବାଡ଼ିରୁ ବୃଦ୍ଧାଙ୍କୁ ଝାମ୍ପି ନେଇ ନେଲା ଜୀବନ...

ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ଘରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ବୃଦ୍ଧାଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Royal Bengal Tiger 'Kills' Elderly Woman In Odisha's Nuapada

Panic grips in Sunabeda sancuary after Royal Bengal Tiger reportedly killed elderly woman

ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ନୂଆପଡା ଜିଲ୍ଲା ରେ ଏହି ଅଭାବନୀୟ ଘଟଣା ଘଟିଛି। ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ଏବେ ମହାବଳ ଆତଙ୍କ ଦେଖାଦେଇଛି। ଏନେଇ ଗାଁ ଲୋକେ ପୁରା ଭୟଭୀତ ଅଛନ୍ତି। ମୃତକ ହେଲେ ଜଳମଡେଇ ଗାଁର ସାନମତି ବାରିକ(୬୫)।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସାନମତି ଘର ବାଡ଼ି ପଟକୁ ଯାଇଥିବା ବେଳେ ଏକ ମହାବଳ ଆସି ତାଙ୍କୁ ଟାଣି ନେଇଥିଲା। ଏହି ସମୟରେ ସେ ଚିତ୍କାର କରିବାରୁ ଗ୍ରାମବାସୀ ବାଘକୁ ଘଉଡ଼ାଇ ଥିଲେ। ତେବେ ଘରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ସାନମତିଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି। ଖବରପାଇ ନୂଆପଡ଼ା ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ପାଦ ଚିହ୍ନ ଓ ଆକ୍ରମଣର ତରିକାରୁ ସାନମତି ମହାବଳ ଝାମ୍ପି ନେଇଥିବା ସୁନାବେଡ଼ା ରେଞ୍ଜର ସ୍ୱୀକାର କରିଛନ୍ତି। ଘଟଣାପରେ ଗାଁ ଲୋକଙ୍କୁ ସତର୍କ ରହବିକୁ ରେଞ୍ଜର ପରାମର୍ଶ ଦେଇଛନ୍ତି। 

Advertisment
Tiger Attack
Advertisment
Advertisment