• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଞ୍ଜେଇ ଚାଲାଣରେ ଗିରଫ ହେଲେ ପୋଲିସ କନେଷ୍ଟବଳ । ଖାକି ବର୍ଦ୍ଦିର ସୁଯୋଗ ନେଇ ବେପାର ଚଳାଇଥିଲେ । ହେଲେ ସବୁ ଦିନ ଚୋର ଗର ଅନ୍ଧାର ନଥାଏ ଭଳି ପୋଲିସ୍‌ ହାବୁଡ଼ରେ ପଡ଼ିଗଲେ । ଏପରି ଘଟଣା ଘଟିଛି ମାଲକାନଗିରି ଥାନା ମାର୍କାପାଲ୍ଲୀ ଅଞ୍ଚଳରେ । ଗିରଫ ହୋଇଥିବା ପୋଲି କନେଷ୍ଟବଳ ଜଣକ ହେଲେ ମନୋଜ କୁମାର ମୁଦୁଲି ।

ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ପାଇଁ ମାଲକାନଗିରି ଏସ୍ .ଡି.ପି.ଓ ଚଢାଉ କରିଥିଲେ । ଗଂଜେଇ ଜବତ କରି ଶରତକୁ ଗିରଫ କରିବା ପରେ ବୟାନ ରେକର୍ଡ କରିଥିଲେ । ତେବେ ଶରତ ଜବତ ଗଂଜେଇକୁ ମାଲକାନଗିରି ଥାନା ପୋଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଚାଲାଣ ହେଉଥିବା ନେଇ ବୟାନ ଦେଇଥିଲେ । ଏହାପରେ ଏସଡିପିଓ ଘଟଣାର ତଦନ୍ତ କରି କନେଷ୍ଟବଳ ମନୋଜଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ମନୋଜ ପୂର୍ବରୁ ବଡ଼ ବଡ଼ ନେତା ଅଫିସରଙ୍କ ପାଖରେ କାମ କରୁଥିଲେ । ତେଣୁ ତାଙ୍କର ବଡ଼ ବଡ଼ ଅଧିକାରୀଙ୍କ ସହ ଲିଙ୍କ ଥିବା ଜାଣି ଗଞ୍ଜେଇ ବେପାରୀ ଜଣକ ମନୋଜଙ୍କୁ ଧରି ଦୀର୍ଘ ଦିନ ହେବ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ।

ମନୋଜ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ବେଳେ ପୋଲିସରେ କାର୍ଯ୍ୟରତ ଥିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଗଞ୍ଜେଇ ବେପାରୀ ନିଜ କାମ କରାଇ ନେଉଥିଲେ । ଏନେଇ ସୂଚନା ପାଇବା ପରେ ମନୋଜଙ୍କ ଉପରେ ନଜର ରଖାଯାଇଥିଲା । ଶେଷରେ ହାବୁଡ଼ରେ ପଡ଼ିଗଲେ କନେଷ୍ଟବଳ ବାବୁ ।