କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ ।
ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।