Advertisment

ସୋସିଆଲ ମିଡିଆରେ ପଖାଳ କ୍ରେଜ୍; ଟ୍ରେଣ୍ଡିଂ ପାଲଟିଛି ପଖାଳ ଦିବସ

ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍‌ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Pakhala Dibasa 2023 Celebration

Pakhala Dibas

ଆଜି ପଖାଳ ଦିବସ । ଛୋଟିଆ ହୋଟେଲଠୁ ଆରମ୍ଭ କରି ବଡ଼ ବଡ଼ ତାରକା ହୋଟେଲ ଯାଏ ସବୁଠି ଜମିଛି ପଖାଳର ଆସର । ଓଡ଼ିଶା ର ପଖାଳ କଂସା ଆଜି ସବୁଠି ଆଦର ସାଉଁଟୁଛି । ସେ ଗରିବଟିଏ ହେଉ କିମ୍ୱା ଧନୀ ସମସ୍ତଙ୍କ ଭୋକ ମେଣ୍ଟାଇଛି ପଖାଳ । ଆଉ ପଖାଳ ଖାଇବା ସମୟରେ ସମସ୍ତେ ଫଟୋ ଉଠାଇ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ।

Advertisment

ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍‌ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି । ପଖାଳକୁ ନେଇ ଆମ ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରା ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପଖାଳ ଭୋଗ ଲାଗି କରାଯାଏ ।

ଅଧିକ ପଢ଼ନ୍ତୁ: ପଖାଳ ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ

Pakhala divas(ପଖାଳ ଦିବସ)

ସୋସିଆଲ ମିଡିଆରେ ଅନେକ ସୁନ୍ଦର ସୁନ୍ଦର ପଖାଳ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପସରାର ଫଟୋ ପୋଷ୍ଟ କରିଛନ୍ତି ଯୁବପିଢ଼ି । ଫଟୋ ସହିତ କ୍ୟାପସନରେ କିଛି ମଜାଦାର କଥା ମଧ୍ୟ ଲେଖିଛନ୍ତି । କିଛି ୟୁଜର୍ସ ପଖାଳକୁ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ କହିଥିବା ବେଳେ ଆଜିର ଦିନର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଆଉ କିଛି ୟୁଜର୍ସ ପଖାଳ ସହ ନିଜର ଫଟୋକୁ ଉଠାଇ ପଖାଳ ସମ୍ବଦ୍ଧୀୟ କବିତା ମଧ୍ୟ ଲେଖିଥିବା ଦେଖିବାକୁ ମିଳିଛି ।

Advertisment

ଓଡ଼ିଆ ଘରର ପଖାଳ କହିବାକୁ ଗଲେ ଅନେକ ପ୍ରକାର ରହିଛି । ଯଥା ସଜ ପଖାଳ, ବାସୀ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ, ଚାଇଁ ପଖାଳକୁ ଛାଡି ଓଡ଼ିଆମାନେ ଟଭା ପଖାଳକୁ ମଧ୍ୟ ବେଶ୍‌ ପସନ୍ଦ କରିଥାଆନ୍ତି । ଖାଲି ଏତିକି ନୁହେଁ ଅଦା ପଖାଳ, କଞ୍ଚାଆମ୍ବ ପଖାଳ, କାକୁଡ଼ିକୋରା ପଖାଳ, ବଡ଼ି ପଖାଳ ଆଦି ପ୍ରସ୍ତୁତ କରି ଖାଇଥାନ୍ତି ଓଡ଼ିଶାବାସୀ ।

ଆଉ ପଖାଳ ସହ ବଢି ଚୁରା, ଟମାଟୋ ପୋଡା, ବାଇଗଣ ଭରତା, ଆଳୁ ଚକଟା, ସଜନା ଛୁଇଁ ଭଜା, ଜହ୍ନି ପୋଡା, ଭେଣ୍ଡି ଭଜା, ଶାଗ ଭଜା, ଆମ୍ୱଲ ଚକଟା, ତେନ୍ତୁଳି ଖଟା, ଚୁନା ମାଛ ରାଇ, ଛତୁ ବେସର, କାକୁଡି, କଞ୍ଚା ଆମ୍ବ ଚଟଣି, ଏବଂ ଗୋଟିଏ କଞ୍ଚା ଲଙ୍କା ଥିଲେ ଖାଇବା ଜମି ଯାଏ । ବିଶେଷ କରି ଖରା ଦିନ ଆସିଲେ ଘରେ ଘରେ ପଖାଳର ଆଦର ବେଶ ବଢିଯାଏ । ଧୁଧୁ ଖରାବେଳେ ତୁଣ୍ଡରେ ପଖାଳ ଗଣ୍ଡିଏ ଓ ମୁନ୍ଦିଏ ତୋରାଣି ପଡି ଗଲେ ଭାରି ଶାନ୍ତି ଲାଗେ ।

Viral News Pakhala Dibas
Advertisment
Advertisment