• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

5 orphaned children
ବାପା-ମାଆ ଚାଲିଗଲେ...୧୦ ମାସର ଭଉଣୀକୁ ବିସ୍କୁଟ ଦେଇ ବଞ୍ଚାଇଛି ଭଉଣୀ

ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍‌ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ଚଳୁଥିଲା ୭ ପ୍ରାଣୀର କୁଟୁମ୍ବ । ହେଲେ ଆକସ୍ମିତ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଏ । ବାପାଙ୍କ ଅବର୍ତ୍ତମାନରେ ୫ ପିଲାଙ୍କ ମୁହଁରେ ଆହର ଦେବା ଲାଗି ଅଣ୍ଟା ଭିଡିଥିଲେ ମାଆ ।

Pakhala
ଗାଁ ହେଉ କି ସହର, କଟକ ହେଉକି କୋରାପୁଟ… ସବୁଜାଗାରେ ମହମହ ବାସୁଛି ପଖାଳ

ତେବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଟୁଇଟର ଟ୍ରେଣ୍ଡରୁ ଆରମ୍ଭ ହୋଇଥିବା ଏହି କଥାଟି ଏବେ ବିଶ୍ୱର କୋଣ ଅନୁକଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି

 English teacher
ଦିନେ ଥିଲେ ଇଂରାଜୀ ଶିକ୍ଷକ, ଆଜି ଦାଣ୍ଡର ଭିକାରି

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି

Pakhal Divas 2023
ପଖାଳରେ ଖାଦ୍ୟ ସାର; ଦୂର କରିଥାଏ ଅନେକ ରୋଗ

ଆଜି ପଖାଳ ଦିବସ। ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 20 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 20 March 2023
Crocodile Attack
ସାବଧାନ ! ନଦୀରେ ବୁଲୁଛି ବଉଳା କୁମ୍ଭୀର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ମାତିଥିବାର ଖବର ଜଣାପଡ଼ିବା ପରେ ଏବେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯ।ଇଛି । ଖବର ଜଣାପଡ଼ିବା ପରେ ସତର୍କ କରାଇଛି ବନ ବିଭାଗ...

Ayurvedic Hospital
କୋମାକୁ ଚାଲିଗଲାଣି କୋରାପୁଟର ସବୁ ଆୟୁର୍ବେଦିକ ସଂସ୍ଥା

କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । କେବଳ କୋରାପୁଟ କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଚିକିତ୍ସାଳୟ ସବୁ କୋମାକୁ ଚାଲିଗଲାଣି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି..

Gold Price Hike
ଧାଏଁ ଧାଏଁ ବଢୁଛି ସୁନା ଦର, ୧୦ ଦିନରେ ୫ ହଜାର ବୃଦ୍ଧି

ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Home Guards
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

RAIN
ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।

DJ Azex Death Case
ସନ୍ଦେହ ଘେରରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା ?

ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।

Heavy Rainfall
ଆସନ୍ତା ୨ ଦିନ ଘଡ଼ଘଡ଼ି ସହ ବର୍ଷା; ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Golak Mohapatra
'ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି'

’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।

Class X students go through a lot to appear for matric examination
ମାଟ୍ରିକ ପରୀକ୍ଷା ଦେବାକୁ ୪୫ କି.ମି. ଯା’ଆସ କରୁଛନ୍ତି ଛାତ୍ରଛାତ୍ରୀ, ତା’ବି ପୁଣି ୧୫୦ ଟଙ୍କା ଅଟୋ ଭଡ଼ା...

ମାଟ୍ରିକ ପରୀକ୍ଷା ଦେବେ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ନାକେଦମ ହେବାକୁ ପଡୁଛି । କିଏ ୪୫ କିଲୋମିଟର ଦୂରକୁ ପ୍ରତିଦିନ ଯା’ଆସ  କରୁଛନ୍ତି ତ ଆଉ କିଏ ଘରଭଡ଼ା ନେଇ ରହିବା ସହ ପରୀକ୍ଷା ଦେଉଛନ୍ତି।

Lightning strike
ବଜ୍ରାଘାତରେ ଦୁଇ ମୃତ ! ୨ ଗୁରୁତର

ବଜ୍ରାଘାତରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି ।

Threat To Idols At Puri Jagannath Temple Due To Rodent
ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିପାରିବନି ମୂଷାଙ୍କ ପ୍ରାଦୁର୍ଭାବ ରୋକିବା ମେସିନ

ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।

Matric examination
ମାଟ୍ରିକ୍‌ ପରୀକ୍ଷା ଚାଲିଛି : ୩ ଦିନ ହେଲାଣି ଅନ୍ଧାରରେ ୩ ଗାଁ

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍‌ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।

Stem cell or regenerative therapy
Health Tips: ଷ୍ଟେମ୍ ସେଲ୍ ବା ରିଜେନେରେଟିଭ୍ ଚିକିତ୍ସା

ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଡାଇବେଟିସ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ହୃଦ୍‌ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।

Minor girl's body recovered from well in Odisha's Bargarh
ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ମୃତଦେହ କୂଅରେ ଫିଙ୍ଗିଲା ପ୍ରେମିକ !

କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। 

Jojanara Na Hariloot
‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତି : ଠିକାଦାର ଏବଂ ଆଇଟିଡିଏ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା

ଗୋ-ସମ୍ପଦର ବିକାଶ ପାଇଁ ସରକାର ୨୦୨୧ ମସିହାରେ ଆରମ୍ଭ କରିଥିଲେ ‘ମୋ ଗୁହାଳ’ ଯୋଜନା । ଯେଉଁମାନେ ଘରେ ଗାଈ ଗୋରୁ ରଖିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଏ। ପ୍ରତି ହିତାଧିକାରୀଙ୍କୁ ମିଳିଥାଏ ୧ ଲକ୍ଷ ୧୩ ହଜାର ଟଙ୍କା ସହାୟତା ରାଶି । କିନ୍ତୁ ମାଲକାନଗିରି ଜିଲ୍ଲାରୁ ଆସିଛି ‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତିର ଖବର।

Popular DJ Azex Found Dead Family Alleges Murder
DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି, ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ...

ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।

  • Sunday, 19 March 2023
Free Education
ନିଜର ସିନା ପିଲା ନାହିଁ...ଗାଁର ୬୦ ପିଲାଙ୍କୁ ମାଗଣା ପଢାଇ ଏବେ ଚର୍ଚ୍ଚାରେ ଦମ୍ପତି

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି

Woman seeks financial assistance
ସୁଅ ମୁହଁରେ ସନ୍ତୋଷଙ୍କ ସଂସାର : ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?