ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଇଛି । ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ।
ଭାରତୀୟ ଡାକ ବିଭାଗର ଗ୍ରାମ ସୁରକ୍ଷା ନାମକ ଏକ ବହୁତ ଭଲ ଯୋଜନା ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଯୋଜନାରେ ଯଦି ଆପଣ ୧୯ ବର୍ଷ ବୟସରେ ଆବେଦନ କରିବା ସହ ୧୦ ଲକ୍ଷ ଟଙ୍କାର ସ୍କିମ୍ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ୫୦ ଟଙ୍କା ସଞ୍ଚୟ କରିବାକୁ ହେବ ।
ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ନିର୍ବାଚନ ଆୟୋଗ । ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।
ଅକ୍ଟୋବର ୧୪ ମଧ୍ୟରେ କନଫର୍ମ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ । ତେଲ୍ ଅଭିବକୁ ପ୍ରତି ସପ୍ତାହରେ ଏୟାର ଇଣ୍ଡିଆର ୫ଟି ବିମାନ ଉଡ଼ାଣ ଭରିଥାଏ।
ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି।
ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି
କୌଣସି ଦୋଷ ନଥାଇ ଯୁବକଙ୍କୁ ଅଟକ ରଖିଲା ପୋଲିସ୍ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ । ୫୦,୦୦୦ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।
ଦିନ ଯେତିକି ଗଡୁଛି, ସେତିକି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିସ୍ତା ନଦୀରେ ଭାସି ଯାଇଥିବା ମୃତଦେହ ଗୁଡ଼ିକ ପଡ଼ୋଶୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଉଛି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଥିଲା।
ଶିଶୁ ଯୌନ ଉତ୍ପୀଡ଼ନ ସଂପର୍କିତ ଫଟୋ, ଭିଡିଓ ଆଦି ସମସ୍ତ ପ୍ରକାର ବିଷୟବସ୍ତୁକୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ହଟାଇବାକୁ କିମ୍ବା ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭବିଷ୍ୟତରେ ଏଭଳି ବିଷୟବସ୍ତୁ ଚିହ୍ନଟ କରି ହଟାଇବା ପାଇଁ ଠୋସ୍ ଆଲଗରିଦିମ୍ ଓ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଛି ।
ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା ।
ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି ।
ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ସେଲିବ୍ରିଟି । ଇଡି ସ୍କାନରରେ ଜଣକ ପରେ ଜଣେ ବଲିଉଡ୍ ଷ୍ଟାର । ରଣବୀର ସିଂ, କପିଲ ଶର୍ମା ଓ ହୁମା କ୍ୟୁରେସିଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ସମନ। ଯେ କୌଣସି ମୁହୂର୍ତ୍ତରେ କାହାରିକୁ ବି ଆସିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଡକରା ।
ଚିତ୍ତରଂଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା ।
ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ଏତେ ବଡ଼ ଓ ଭୟଙ୍କର ସ୍ଥିତି ପାଇଁ ଦାୟୀ କିଏ ?
ଆମର ଟାର୍ଗେଟ୍ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।
ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ଏହି କମ୍ପାନି ଜରିଆରେ କୋଟି କୋଟି ଟଙ୍କା ହୱାଲା ମାଧ୍ୟମରେ ଏହି ଷ୍ଟାର୍ ମାନଙ୍କୁ ଦିଆଯାଇଥିବା ଅଭିଯୋଗ ରହିଛି ।
ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।
ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ପ୍ରଳୟଙ୍କରୀ ବନ୍ୟାରେ ୧୪ ମୃତ, ଶତାଧିକ ନିଖୋଜ । ଚୌଦ୍ୱାରର ନବଦଂପତିଙ୍କ ସମେତ ଫସିଛନ୍ତି ୩ ହଜାର ପର୍ଯ୍ୟଟକ ।
ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।
ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ED କରିଥିଲା ଆବେଦନ ।
ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।