/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703557815.jpg)
Amrit Bharat Express
'ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍ । ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପୁଶ୍-ପୁଲ୍ ଟେକନୋଲୋଜିରେ ନିର୍ମିତ ଏହି ସ୍ବଦେଶୀ ଟ୍ରେନକୁ ଖୁବଶୀଘ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ । ମୋଡ଼, ସେତୁ ଓ ଷ୍ଟେସନ ଆଦି ସ୍ଥାନରେ ଏହି ଟେକନୋଲୋଜି ସମୟ ବଞ୍ଚାଇବ । ଅମୃତ ଭାରତ ଟ୍ରେନ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଏବଂ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ ।
ଏହା ନନ୍-ଏସି ଟ୍ରେନ୍ ଏବଂ ଏଥିରେ କବଚ ଟେକନୋଲୋଜି ଲାଗିଛି । ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ନବନିର୍ମିତ ପୁଶ୍-ପୁଲ୍ ରେକ୍ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଥମେ ଏହା ଅଯୋଧ୍ୟାରୁ ବିହାରର ଦରଭଙ୍ଗା ମଧ୍ୟରେ ଯାତ୍ରା କରିବ । ଏହି ଟ୍ରେନକୁ ସାଧାରଣତଃ ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ଏହି ଟ୍ରେନ ଘଣ୍ଟା ପିଛା ୧୩୦କିମି ବେଗରେ ଗତି କରିବ । କମଳା ଓ ଧୂସର ରଙ୍ଗକୁ ନେଇ ଏହି ଟ୍ରେନ ପ୍ରସ୍ତୁତ କରା ଯାଇଛି । ଟ୍ରେନରେ ୨୨ ଟି କୋଚ ରହିବ । ସେଥିରୁ ୮ଟି ସାଧାରଣ ଶ୍ରେଣୀ ଯାତ୍ରୀଙ୍କ ପାଇଁ ବଗି, ୧୨ ଟି ଦ୍ୱିତୀୟ ଶ୍ରେଣୀ ଓ ୩ ଟାୟାର କୋଚ ଓ ୨ଟି ଗାର୍ଡ କମ୍ପାଟମେଣ୍ଟ ରହିବ । ଏହା ହେଉଛି ଏକ ଅଣ ଏସି ଟ୍ରେନ, ଯେଉଁଥିରେ ବନ୍ଦେ ଭାରତ ପରି କିଛି ସୁବିଧା ସୁଯୋଗ ରହିଛି । ଅନ୍ୟପଟେ ଅଣ ସଂରକ୍ଷିତ ଟିକେଟ ଜରିଆରେ ମଧ୍ୟ ଏଥିରେ ଯାତ୍ରା କରିହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)