ବର୍ତ୍ତମାନ ମାମଲାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ କରୁଥିବାବେଳେ ଏହି ଅନୁସନ୍ଧାନର ତଥ୍ୟକୁ ଆଧାର କରି ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ ।
ମୁମ୍ବାଇରେ ଅମିତାଭଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ଜୁହୁରେ ରହିଥିବା ତାଙ୍କର ଏହି ବଙ୍ଗଳା ‘ପ୍ରତୀକ୍ଷା’ ହେଉଛି ସର୍ବପୁରାତନ । ଏହି ବଙ୍ଗଳାରେ ଅମିତାଭ ତାଙ୍କ ବାପା-ମା’ ଓ ସପରିବାର ସହ ରହିଆସୁଥିଲେ ।
ଟୋକିଓ ସିଟି ୟୁନିଭର୍ସିଟିର ଭିଜିଟିଂ ପ୍ରଫେସର ଅଛନ୍ତି ଡିକ୍ସ....୩୦ ବର୍ଷ ହେଲା ଟନେଲିଂ କ୍ଷେତ୍ରରେ ଅଭିଜ୍ଞତା ରହିଛି...ଟନେଲ ଭିତରେ ଅଗ୍ନି ଦୁର୍ଘଟଣା ରୋକିବା କ୍ଷେତ୍ରରେ ଅଭିଜ୍ଞତା ...
ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।
‘ଏକ୍ସ’ରେ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି....ତେଜସ୍ରେ ଉଡ଼ିବା ଅନୁଭୂତି ଅତୁଲ୍ୟ କହିଲେ ମୋଦି..
କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ ।
ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।
ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଅକଟୋବର ୯ରୁ ଆଚରଣ ବିଧି ଲାଗୁ କରାଯାଇଛି । ସେବେଠାରୁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି।
ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।
ଶ୍ରମିକ ମାନଙ୍କୁ ଲମ୍ବା ଭାବେ ଶୋଇବା ପରେ ଉପରକୁ ଟଣା ଯିବ।
ପରିବାର ଲୋକ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏନେଇ ଥାନାରେ ଏତଲା ଦେଇଛନ୍ତି ।
ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।
୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।
କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ ।
ଅଭିନେତା କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା । ସମସ୍ତଙ୍କୁ ଏବେ ଘାରିଛି ଡିପ୍ ଫେକର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା । ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର ।
ଆଉ ମାତ୍ର କେଇ ମିଟର ଦୂରରେ ୪୧ଟି ନିରୀହ ଜୀବନ । ସରି ସରି ଆସୁଛି ୨ଶହରୁ ଅଧିକ ଘଣ୍ଟାର ଅପେକ୍ଷା ଓ ଅନିଶ୍ଚିତତା । ୮ଶହ ମିଲିମିଟର ଓସାରିଆ ପାଇପ ଯେତେ ଭିତରକୁ ପଶୁଛି, ସେତେ ଉଜ୍ଜୀବିତ ହେଉଛି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ।
ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।
ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା ।
ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା’ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ ।
କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା ।
ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି ।
ହେରାଲ୍ଡ ମାମଲାକୁ ନେଇ ହଇଚଇ...ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି ।