/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703576393.jpg)
Tiger Enjoys Winter Sun
ବାଘ ଶୋଇଲା ସାରାରାତି । ଗାଁ ଲୋକେ ରହିଲେ ଉଜାଗର । ଗତକାଲି ପାଚେରୀ ଉପରେ ବାଘ ଶୋଇବା ଫଳରେ କୁକୁରମାନେ ବାଘଟିକୁ ଦେଖି ଖୁବ୍ ଜୋର୍ରେ ଭୁକିବାକୁ ଲାଗିଥିଲେ । ଯାହାଫଳରେ ଗ୍ରାମବାସୀମାନେ ସଚେତନ ହୋଇଥିଲେ । ହେଲେ ଘରର ମାଲିକ ରାତି ସାରା ଶୋଇପାରିନଥିଲେ । ବାଘଟି ଉପରେ ନଜର ରଖିଥିଲେ । କୌଣସି ଗୃହପାଳିତ ପଶୁଙ୍କୁ କାଳେ ବାଘଟି ଆକ୍ରମଣ କରିବ ସେଥିଲାଗି ସାରା ରାତି ଅନଦ୍ରା ରହିଥିଲେ ପରିବାର ସଦସ୍ୟ ।
ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଗତକାଲି ରାତିରେ ପାଇଲବିଟ୍ ଜିଲ୍ଲାର ଟାଇଗର ରିଜର୍ଭରୁ କାଳିନାଗରର ଆଟକୋନ୍ ଗ୍ରାମରେ ମହାବଳ ବାଘଟି ପ୍ରବେଶ କରିଥିଲା । ପରେ ଏକ ପାଚେରୀରେ ବିଶ୍ରାମ ନେବା ସହ ଶୋଇପଡ଼ିଥିଲା । ବାଘଟିକୁ ଦେଖି କୁକୁରମାନେ ପ୍ରବଳ ଭୁକିବା ଆରମ୍ଭ କରିଥିଲେ । ଫଳରେ ଗ୍ରାମବାସୀମାନେ ବାଘଟିକୁ ଦେଖିଥିଲେ ।
ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା । ହେଲେ କୌଣସି ପଶୁ କିମ୍ବା ମଣିଷକୁ ଆକ୍ରମଣ କରିନାହିଁ । ସକାଳ ହେବାମାତ୍ରେ ବାଘଟିର ଚାରି ପଟେ ଜାଲ ବିଛାଯାଇଛି । ବାଘଟିକୁ ଆୟତ୍ତକୁ ନେବାକୁ ପ୍ରୟାସ କରାଯାଉଛି । ଶହଶହ ଲୋକ ଘଟଣାସ୍ଥଳରେ ବାଘଟିକୁ ଦେଖି ତାର ଭିଡିଓ କରିଛନ୍ତି ।
Uttar Pradesh : The tiger, which came out of the Tiger Reserve forest in Pilibhit district and reached Atkona village in the night, is still resting on the wall of the Gurudwara. A huge crowd has gathered to see the Tiger. A security cordon has been created by the Forest… pic.twitter.com/lvGWH7VHmb
— All India Radio News (@airnewsalerts) December 26, 2023
ଗାଁ ଭିତରକୁ ବାଘଟି ପଶିଆସିବାକୁ ନେଇ ବନ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । ବିଭାଗର ଅବହେଳାରୁ ଏପରି ଘଟିଥିବା ଲୋକେ କହିଛନ୍ତି । ଚତ ୪ ମାସ ତଳେ ଏହି ଗାଁକୁ ବାଘ ପଶି ଆସିଥିଲା । ୨୦୧୫ରେ ଏଠାରେ ଅନେକ ଥର ବାଘ ଆକ୍ରମଣର ଖବର ସାମ୍ନାକୁ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)