Advertisment

୩ ଡିଗ୍ରୀର ପାରଦ ସହ ଖଣ୍ଡ ଖଣ୍ଡ ତୁଷାରପାତ

ଜିମ୍ ଦ୍ୱାରା କେବଳ ଶରୀର ସୁସ୍ଥ ରହୁଥାଇପାରେ, କିନ୍ତୁ ଯୋଗଦ୍ୱାରା ଶାରିରୀକ ଏବଂ ମାନସିକ ଭାବେ ଆମେ ସୁସ୍ଥ ରହିପାରିବା।

author-image
Satyendu Shekher Mishra
Snow Fall

Snow Fall

ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ। ୟୁରୋପକୁ ଆଧ୍ୟାତ୍ମିକ ଯାତ୍ରାରେ ଯାଇ ସ୍ୱଳ୍ପ ପୋଷାକ ପରିଧାନ କରିବା ସହ ଏଭଳି ଯୋଗ କରିଛନ୍ତି ରିଷିକେଶର ମହନ୍ତ ରବି ପ୍ରପନ୍ନାଚାର୍ଯ୍ୟ । ତାଙ୍କ ସହ କିଛି ବିଦେଶୀ ମଧ୍ୟ ସାମିଲ ହୋଇ ଯୋଗ କରିଥିଲେ ଏଭଳି ତୁଷାରପାତ ଭିତରେ।

Advertisment

ବୁଦାପେଷ୍ଟ ହଙ୍ଗେରୀରେ ଥିବା ବୈଦିକ ଫାଉଣ୍ଡେସନ୍ ସାଧନାଳୟ ଆଶ୍ରମର ସଂସ୍ଥାପକ ଅଧ୍ୟକ୍ଷ ସ୍ୱାମୀ ଶଙ୍କର ତିଲକ ମହାରାଜଙ୍କ ସାନ୍ନିଧ୍ୟରେ ରିଷିକେଶରୁ ଯାଇଛନ୍ତି ତୁଲସୀ ମନ୍ଦିରର ମହନ୍ତ ରବି ପ୍ରପନ୍ନାଚାର୍ଯ୍ୟ। ଏହି ଯୋଗ ସାଧନା ଶିବିରର ଅଧ୍ୟକ୍ଷତା କରିଛନ୍ତି ସ୍ବାମୀ ଶଙ୍କର ତିଲକ ମହାରାଜ। ତାଙ୍କ କହିବା କଥା, ବିଶ୍ୱରେ ଭାରତ ବନିଛି ଯୋଗଗୁରୁ। ଯୋଗ ଦ୍ୱାରା ଆମେ ନିଜ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିବା। ଜିମ୍ ଦ୍ୱାରା କେବଳ ଶରୀର ସୁସ୍ଥ ରହୁଥାଇପାରେ, କିନ୍ତୁ ଯୋଗଦ୍ୱାରା ଶାରିରୀକ ଏବଂ ମାନସିକ ଭାବେ ଆମେ ସୁସ୍ଥ ରହିପାରିବା ।

Advertisment
Advertisment