Advertisment

ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହେଲେ HR; କହିଲେ, ମୁଁ ହେବି ସରକାରୀ ସାକ୍ଷୀ...

ନ୍ୟୁଜ୍‌ କ୍ଲିକ୍ ନ୍ୟୁଜ୍‌ ପୋର୍ଟାଲ ଚୀନ୍‌ଠାରୁ ଆର୍ଥିକ ସହାୟତା ନେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅମିତ୍ ଚକ୍ରବର୍ତ୍ତୀ ଗତ ସପ୍ତାହରେ ସ୍ପେଶାଲ ଜଜ୍‌ ହରଦୀପ୍ କୌରଙ୍କ କୋର୍ଟରେ ଆବେଦନ କରି ଏହି ମାମଲାରେ କ୍ଷମା ମାଗିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
News Click case

News Click case

ନ୍ୟୁଜ୍ କମ୍ପାନୀ ନ୍ୟୁଜ୍ କ୍ଲିକ୍ ମାମଲାରେ ନୂଆ ମୋଡ । କମ୍ପାନୀର HR ବିଭାଗ ମୁଖ୍ୟ ଅମିତ୍ ଚକ୍ରବର୍ତ୍ତୀ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅମିତ ଚକ୍ରବର୍ତ୍ତୀ UAPA ଅଧୀନରେ ଅଭିଯୋଗ ପରେ ସରକାରୀ ସାକ୍ଷୀ ହେବା ପାଇଁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଛନ୍ତି।

Advertisment

ନ୍ୟୁଜ୍‌ କ୍ଲିକ୍ ନ୍ୟୁଜ୍‌ ପୋର୍ଟାଲ ଚୀନ୍‌ଠାରୁ ଆର୍ଥିକ ସହାୟତା ନେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅମିତ୍ ଚକ୍ରବର୍ତ୍ତୀ ଗତ ସପ୍ତାହରେ ସ୍ପେଶାଲ ଜଜ୍‌ ହରଦୀପ୍ କୌରଙ୍କ କୋର୍ଟରେ ଆବେଦନ କରି ଏହି ମାମଲାରେ କ୍ଷମା ମାଗିଥିଲେ। ଏହା ସହ ତାଙ୍କ ନିକଟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ମଧ୍ୟ ଦାବି କରିଥିଲେ। ଏହି ତଥ୍ୟକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସକୁ ଜଣାଇବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ। ତେବେ ଅମିତ୍ ଚକ୍ରବର୍ତ୍ତୀଙ୍କ ବିବୃତ୍ତି ରେକର୍ଡ କରିବାକୁ ବିଚାରପତି ଏହି ମାମଲାକୁ ମାଜିଷ୍ଟ୍ରେଟ କୋର୍ଟକୁ ପଠାଇଛନ୍ତି। ତାଙ୍କ ବିବୃତ୍ତି ଦେଖିବା ପରେ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଆବେଦନକୁ କୋର୍ଟରେ ସମର୍ଥନ କରିବେ କି ନାହିଁ ତାହା ଉପରେ ନିଷ୍ପତ୍ତି ନେବେ।

ସୂଚନା ଅନୁସାରେ, ନ୍ୟୁଜ୍‌ କ୍ଲିକ୍‌ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ ଚୀନ୍‌ରୁ ଅର୍ଥ ନେଇ ଚୀନ୍‌ ସପକ୍ଷର ଖବର ଚଳାଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ତା ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା।

Advertisment
India News Delhi Court
Advertisment
Advertisment