• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଇନରେ ପରିଣତ ହେଲା ୩ ନୂଆ ଅପରାଧିକ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ । ଲୋକସଭା ଓ ରାଜ୍ୟ ସଭାରେ ପାସ୍ ହେବା ପରେ, ୩ଟି ଯାକ ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଂଜୁରୀ । ଏଥିସହ ଇତିହାସ ପାଲଟିଲା ବ୍ରିଟିଶ୍ ଅମଳର ଫୌଜଦାରୀ ଆଇନ୍ ।

ତା’ସହ ବ୍ରିଟିଶ୍ ଅମଳର indian penal code-IPC, Code of Criminal Procedure-CRPC ଏବଂ Indian Evidence Act ରେ ବିରାମ ଲାଗିଛି । ଗତ ବୁଧବାର ଓ ଗୁରୁବାର ଏହାକୁ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଥିଲେ ଶାହ ।

ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ । ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଏହି ବିଲ୍‌ । ଯେପରି ଧାରା ୩୭୦ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଆଉ ତାକୁ ହଟାଗଲା । ସେହିପରି ବ୍ରିଟିଶ୍ ଆଇନକୁ ବି ହଟାଯାଇଛି ବୋଲି ସେ ଦୋହରାଇଥିଲେ । ସେପଟେ ଲୋକସଭାରେ ବିଲ୍ ପାସ୍ ହେବା ବେଳେ ବିରୋଧୀ ଦଳର ୯୭ ଜଣ ସାଂସଦ ନିଲମ୍ବିତ ଯୋଗୁଁ ଅନୁପସ୍ଥିତ ଥିଲେ ।

ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ନୂଆ ଆଇନରେ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଲୋକସଭାରେ ଆଇପିସି, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍ ଆଗତ କରିବା ଅବସରରେ ଏପରି କିଛି କହିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ବିଲ୍ ଉପରେ ବିସ୍ତୃତ ସୂଚନା ଦେଇ ଅମିତ ଶାହ ଆହୁରି କହିଥିଲେ ଯେ, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା କରାଯାଇଛି । ଜିରୋ ଏଫ୍‌ଆଇଆର୍‌ ପାଇଁ ମଧ୍ୟ ବିଲ୍‌ରେ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ଘଟାଇ ଆହତଙ୍କୁ ଛାଡ଼ି ପଳାଇଗଲେ, ୧୦ ବର୍ଷା ସଜା ।

ହିଟ୍‌ ଆଣ୍ଡ୍‌ ରନ୍‌ ପାଇଁ ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ବ୍ୟବସ୍ଥା । ୯୦ ଦିନରେ ଚାର୍ଜସିଟ୍‌, ସର୍ବାଧିକ ୧୮୦ ଦିନ ଭିତରେ ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିବେ । ତଦନ୍ତ ପାଇଁ ୧୮୦ ଦିନରୁ ଅଧିକ ଦରକାର ହେଲେ କୋର୍ଟ ଅନୁମତି ଜରୁରୀ । ମହିଳା ଏବଂ ଶିଶୁ ବିରୋଧୀ ହିଂସା ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି ।