Advertisment

Mahakumbh 2025: ସରିଲା ପ୍ରୟାଗ ମହାକୁମ୍ଭ; ୪୫ ଦିନରେ ବୁଡ ପକାଇଲେ ୬୫ କୋଟିରୁ ଅଧିକ ଲୋକ...

ଅନ୍ତିମ ସ୍ନାନଯୋଗ ସହ ସରିଲା ପ୍ରୟାଗ ମହାକୁମ୍ଭ । ମହାଶିବରାତ୍ରିରେ ଦେଢ କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ । ସମ୍ମାନ ଜଣାଇ ଉଡ଼ିଲା ବାୟୁସେନାର ଯୁଦ୍ଧ ବିମାନ । ୪୫ ଦିନରେ ବୁଡ ପକାଇଲେ ୬୫ କୋଟିରୁ ଅଧିକ ।

author-image
Sujit kumar Swain
undefined

Mahakumbh 2025 Last Day

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଯବନିକା। ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ। ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ଆଜି ଅନ୍ତିମ ଦିନରେ ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ। ତୀର୍ଥରାଜ ଓ ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ କୁମ୍ଭ ନଗରୀ ଉପରେ ଫ୍ଳାଏ ପାଷ୍ଟ କରିଥିଲା ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ।...ମହାକୁମ୍ଭର ଅନ୍ତିମ ଦିନରେ ଅଦ୍ଭୁତ ସଙ୍ଗମ। ଆରମ୍ଭ ଯେମିତି, ସମାପନ ବି ସେମିତି, ଦିବ୍ୟ-ଭବ୍ୟ ଆଉ ଅଲୌକିକ। ବମ୍ ବମ୍ ଭୋଲେ, ହର ହର ମହାଦେବ ନାରାରେ କମ୍ପିଛି ପୁରା ପ୍ରୟାଗରାଜ। ମହାଶିବରାତ୍ରୀର ପବିତ୍ର ଦିନରେ ସଙ୍ଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶେଷ ସ୍ନାନ ଥିବାରୁ ଦେଶ ବିଦେଶରୁ ତୀର୍ଥରାଜକୁ ଛୁଟିଥିଲା ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଭିଡ। କିଏ ପରିବାର ସହ ସ୍ନାନ କରିଥିଲା ତ କିଏ ସଙ୍ଗମରେ ବୁଡ ପକାଇ ସମ୍ପର୍କୀୟଙ୍କ ପାଇଁ ବୋହି ନେଇଥିଲା ପବିତ୍ର ପାଣି। ମହାକୁମ୍ଭର ଶେଷ ଦିନରେ ବିଭିନ୍ନ ଘାଟରେ ଶାନ୍ତି ଶୃଙ୍ଖଳାର ସହ ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁ। 

Advertisment

ମହାଶିବରାତ୍ରିରେ ଶେଷ ସ୍ନାନ ସହ ୪୫ ଦିନର ମହାକୁମ୍ଭରେ ପଡିଛି ଯବନିକା। ଅନ୍ତିମ ଦିନରେ ପ୍ରୟାଗରାଜ ଆକାଶରେ ହୋଇଥିଲା ଚିତ୍ତାକର୍ଷକ ଏୟାର ସୋ। ପବିତ୍ର କୁମ୍ଭ ନଗରୀ ଏବଂ ଆସ୍ଥା ଓ ବିଶ୍ବାସର ବୁଡ ପକାଉଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ ଫ୍ଲାଏ ପାଷ୍ଟ କରିଥିଲେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ। ସେପଟେ ଭିଡ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିଥିଲା ପ୍ରଶାସନ। ସ୍ନାନ ଘାଟରେ ମୁତୟନ ପୋଲିସ ରଖିଥିଲେ କଡା ନଜର। ପୁରା ଅଂଚଳ ନୋ ଭେହିକିଲ୍ ଜୋନ୍ ହୋଇଥିବା ବେଳେ ଭିଡ ପାଇଁ ରଦ୍ଦ କରାଯାଇଥିଲା ଭିଭିଆଇପି ପ୍ରୋଟୋକଲ୍। ହେଲିକେପ୍ଟର ଓ ଡ୍ରୋନ ମାଧ୍ୟମରେ ଭିଡ ଉପରେ ରହିଥିଲା ନଜର।

ଅଧିକ ପଢ଼ନ୍ତୁ : ମହାକୁମ୍ଭକୁ ଯାଇ ପାରିନଥିବା ବ୍ୟକ୍ତିଙ୍କ ପାଇଁ ଏମିତି ସେବା ଆଣି ଚର୍ଚ୍ଚାରେ ଯୁବକ

Advertisment

ଜାନୁଆରୀ ୧୩, ପୌଷ ପୂର୍ଣ୍ଣିମାର ପବିତ୍ର ସ୍ନାନ ଯୋଗରୁ ସଂଗମ ତଟରେ ମହାକୁମ୍ଭର ହୋଇଥିଲା ଶୁଭାରମ୍ଭ। ୧୪୪ ବର୍ଷର ବିରଳ ସଂଯୋଗ ଯୋଗୁଁ ତ୍ରିବେଣୀ ଘାଟ କୁମ୍ଭ ନଗରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁଙ୍କର ସୁଅ। ଏଥର ୬ଟି ସ୍ନାନ ଯୋଗରୁ ୩ଟି ଥିଲା ସାହି ସ୍ନାନ- ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀ। ଚଳିତ ଥର ମହାକୁମ୍ଭରେ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସ୍ଥାର ବୁଡ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ। ଆସନ୍ତା ୨୦୨୭ରେ ନାସିକ୍‌ର ତ୍ରୟମ୍ବକେଶ୍ବରରେ ଆୟୋଜନ ହେବ ପରବର୍ତ୍ତୀ କୁମ୍ଭମେଳା।

ଏପଟେ ବାଲୁକା କଳାରେ ମହାକୁମ୍ଭର ସ୍ମୃତି। ବାଲିରେ ତିଆରି ହୋଇଛି ୧୪୪ଟି ପୂର୍ଣ୍ଣ କୁମ୍ଭ। ମହାଶିବରାତ୍ରିରେ ପ୍ରୟାଗରାଜରେ ଅନ୍ତିମ ସ୍ନାନ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି ଆକର୍ଷଣୀୟ ବାଲୁକା କଳା। ଏଥିରେ ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ଓ ୧୪୪ଟି ପୂର୍ଣ୍ଣ କୁମ୍ଭ ସ୍ଥାନ ପାଇଛି।

ଅଧିକ ପଢ଼ନ୍ତୁ: କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିନ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !

Maha Shivratri Mahakumbh 2025
Advertisment
Advertisment