• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାନ୍ଧବୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ । ମାତ୍ର ସମ୍ପର୍କ ରଖିବାକୁ ମନା କରିବାରୁ ନୃଶଂସ ଭାବେ ଚେନରେ ବାନ୍ଧି ଜୀଅନ୍ତା ପୋଡ଼ି ମାରିଦେଲା । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଚେନ୍ନାଇର ଥାଲାମ୍ବୁରରେ । ମୃତକଙ୍କ ନାଁ ଆର. ନନ୍ଦିନୀ ଏବଂ ସେ ଜଣେ ଇଞ୍ଜିନିୟର । ଗତ ଶନିବାର ଦିନ ଇଞ୍ଜିନିୟର୍ ଯୁବତୀଙ୍କର ୨୬ତମ ଜନ୍ମଦିନରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପିଲାଦିନର ସାଥୀ ଭେତ୍ରିମରନ ।

ନନ୍ଦିନୀଙ୍କୁ ବିଭା ହେବା ପାଇଁ ସେ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ଭେତ୍ରିମରନଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ବରୀ । ଦୁହେଁ ସାଥୀ ହୋଇ ଏକା ବାଳିକା ବିଦ୍ୟାଳୟରେ ପଢୁଥିଲେ । ଲିଙ୍ଗ ପରିବର୍ତ୍ତନ କରିବା ପରେ ଭେତ୍ରିମରନ ସମ୍ପର୍କ ଲାଗି ବାରମ୍ବାର ଅନୁରୋଧ କରି ଆସୁଥିଲେ । ଏହା ସତ୍ତ୍ବେ ନନ୍ଦିନୀ ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ପରେ ସେ ନନ୍ଦିନୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଭେତ୍ରିମରନ ନନ୍ଦିନୀଙ୍କୁ ବୁଲାଇ ନେବାକୁ ଡାକିଥିଲେ । ଘରକୁ ଯିବା ବାଟରେ ନିଛାଟିଆ ସ୍ଥାନରେ ଭେତ୍ରିମରନ ବାଇକରେ ଆଣିଥିବା ଚେନରେ ନନ୍ଦିନୀଙ୍କ ହାତ ଓ ଗୋଡ଼ ବାନ୍ଧି ପକାଇଥିଲେ । ପରେ ନନ୍ଦିନୀଙ୍କ ବିଭିନ୍ନ ସ୍ଥାନକୁ କାଟି କ୍ଷତାକ୍ତ କରି ଦେଇଥିଲା । ଏହାପରେ ବୋତଲରେ ଆଣିଥିବା ପେଟ୍ରୋଲ ନନ୍ଦିନୀଙ୍କ ଉପରେ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଖସି ପଳାଇଥିଲା । ପୋଲିସ ଅଭିଯୁକ୍ତ ଭେତ୍ରିମରନକୁ ଗିରଫ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି ।