/odishatv-khabar/media/post_attachments/uploadimage/library/16_9/16_9_0/Aditya_L_1_1703419773.jpg)
Aditya L-1
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଖୁବଶୀଘ୍ର ଆଦିତ୍ୟ L1 ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍.ସୋମନାଥ। ସେ କହିଛନ୍ତି, ୬ ଜାନୁଆରୀ ୨୦୨୪ରେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ। ତେବେ ଏହା କେତେବେଳେ ପହଞ୍ଚିବ ତା’ର ନିର୍ଦ୍ଧିଷ୍ଟ ସମୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ। କିନ୍ତୁ ୬ ଜାନୁୟାରୀରେ ଏହା L-1 ପଏଣ୍ଟରେ ପହଞ୍ଚିବ।
ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ଆମକୁ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ । ଥରେ L-1 ପଏଣ୍ଟରେ ପହଞ୍ଚିବା ପରେ, ଏହା L-1 ପଏଣ୍ଟର ଚାରିପାଖରେ ଘୂରିବା ଆରମ୍ଭ କରିବ। ଥରେ ଆଦିତ୍ୟ L-1 ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଏହା ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବ। ତେବେ ଏହି ଉପଲବ୍ଧି କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଏହାର କିଛି ଦିନ ପୂର୍ବରୁ ଆଦିତ୍ୟ L-1 ମିଶନର ସଫଳତାର ପ୍ରଥମ ପ୍ରମାଣ ସାମ୍ନାକୁ ଆସିଥିଲା। ଏହି ସାଟେଲାଇଟରେ ଥିବା ସୋଲାର ଅଲଟ୍ରା ଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଫୁଲ୍ ଡିସ୍କ୍ ଫଟୋ ପଠାଇଥିଲା। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥର ଥିଲା। ଅର୍ଥାତ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ।
୨୦ ନଭେମ୍ବର ୨୦୨୩ରେ ଆଦିତ୍ୟ- L1 ର SUIT ପେଲୋଡ୍ ସକ୍ରିୟ କରାଯାଇଥିଲା। ଏହି ଟେଲିସ୍କୋପ୍ ସୂର୍ଯ୍ୟଙ୍କ ଫଟୋସ୍ପିୟର ଓ କ୍ରୋମୋସ୍ପିରର ଫଟୋ ଉଠାଇଥିଲା। ଫଟୋସ୍ପିୟର ଅର୍ଥ ହେଉଛି ସୂର୍ଯ୍ୟର ପୃଷ୍ଠ ଏବଂ କ୍ରୋମୋସ୍ପିୟର ଅର୍ଥ ହେଉଛି ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ ମଧ୍ୟରେ ଥିବା ପତଳା ସ୍ତର। କ୍ରୋମୋସ୍ପିୟର ସୂର୍ଯ୍ୟ ପୃଷ୍ଠରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
ସୂଚନା ଅନୁସାରେ ଇସ୍ରୋ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ L-1କୁ ପ୍ରକ୍ଷେପଣ କରାଯାଇଥିଲା। ଏହି ମିଶନ୍ରେ ସାତୋଟି ପେଲୋଡ୍ ଖଞ୍ଜାଯାଇଛି। ଆଦିତ୍ୟ L-1 ମିଶନର ଲକ୍ଷ୍ୟ ହେଉଛି L1 ନିକଟ କକ୍ଷପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)