• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସୁଛି ନୂଆବର୍ଷ । ସମସ୍ତ ପର୍ଯ୍ୟଟନସ୍ଥଳରେ ଜମୁଛି ଲୋକଙ୍କ ଭିଡ଼ । ଏଥିପାଇଁ ଅନେକ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ର ସମସ୍ୟା ଦେଖିବାକୁ ମିଳୁଛି । ଆଉ ହିମାଚଳ ପ୍ରଦେଶର ରାସ୍ତା ଗୁଡ଼ିକରେ ବ୍ୟାପକ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଏହି ଟ୍ରାଫିକ୍‌ରୁ ବର୍ତ୍ତିବା ପାଇଁ ଜଣେ ପର୍ଯ୍ୟଟକ ନିଜ ଗାଡ଼ିକୁ ଦ୍ରୁତ ଗତିରେ ଚତୁରତାର ସହିତ ନଦୀ କୂଳେ କୂଳେ ଯାତ୍ରା କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ଲାହୋଲ ଉପତ୍ୟକାର ଚନ୍ଦ୍ର ନଦୀରେ ଏକ ମହିନ୍ଦ୍ରା ଥର୍ ଏସୟୁଭି ଚଳାଉଥିବା ଦେଖିବାକୁ ମିଳୁଛି । ସୌଭାଗ୍ୟବଶତଃ, ନଦୀରେ ଜଳସ୍ତର ସେତେ ଅଧିକ ନଥିଲେ ବି ନଦୀରେ ସ୍ରୋତ ଥିବା ଦେଖିବାକୁ ମିଳୁଛି । ଭିଡିଓଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରାଯାଇଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ସମାଲୋଚନା କେରିଛନ୍ତି ।

ଘଟଣାକୁ ନେଇ ପୋଲିସ ପକ୍ଷରୁ ଏହା ଏକ ଅପରାଧ ବୋଲି କୁହାଯାଇଛି । ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ଏଭଳି ଡ୍ରାଇଭିଂକୁ ଚ୍ୟାଲେଞ୍ଜ କରାଯାଇଛି । ତାହାସହ ଭବିଷ୍ୟତରେ କେହି ଏପରି ଅପରାଧ ନକରିବା ପାଇଁ କୁହାଯାଇଛି । ଉକ୍ତ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ଏସପି ମାୟାନକ ଚୌଧୁରୀ ।

ଗତକାଲି ସନ୍ଧ୍ୟାରେ ଲାହୋଲରୁ ମନାଲି ରାସ୍ତାରେ ବଡ଼ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଫଳରେ ଅନେକ ସମୟ ଧରି ଅପେକ୍ଷା କରିବା ପରେ ପର୍ଯ୍ୟଟକ ଜଣକ ନିଜ ଗାଡ଼ିକୁ ନଦୀ କୂଳକୁ ନେବା ସହ କିଛି ବାଟ ଯିବା ପରେ ନଦୀ ପାର କରିଥିବା ଦେଖିବାକୁ ମିଳିଥିଲା ।

ଅଧିକାରୀମାନେ କହିଛନ୍ତି ଯେ, ଗତ ତିନି ଦିନ ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୫୫,୦୦୦ ଯାନ ଅଟଳ ଟନେଲ୍ ଦେଇ ପାର ହୋଇଥିଲେ । ସୋସିଆଲ ମିଡିଆରେ ରାସ୍ତାରେ ଯାନବାହାନର ଲମ୍ବା ଧାଡ଼ିର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।