ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ଏହି ସିଙ୍ଗରଙ୍କ ସମ୍ପର୍କରେ କିଛି ଅଜଣା କଥା।
ଆଜି ରାଜେଶ ଖାନ୍ନାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି ନଥିଲେ।
ବଲିଉଡ୍ ଅଭିନେତ୍ରୀ ଖୁସି କପୁରଙ୍କୁ ଆଜି ୨୪ ବର୍ଷ ହୋଇଛି। ତାଙ୍କ ଜନ୍ମଦିନରେ ସେ ଏକ ପାଇଜାମା ପାର୍ଟି କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁସି କପୁର ତାଙ୍କ ଗାର୍ଲ ଗ୍ୟାଙ୍ଗ୍ ସହିତ ତାଙ୍କର ଏହି ପାଇଜାମା ପାର୍ଟିରେ ଖୁବ୍ ମସ୍ତି କରିଛନ୍ତି।
ଆଜି ଅଭିନେତ୍ରୀ ଆଥିଆ ଶେଟ୍ଟୀ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କ୍ରିକେଟର୍ କେଏଲ୍ ରାହୁଲଙ୍କ ସହ ସୁଖମୟ ବୈବାହୀକ ଜୀବନ ଜୀଉଁଛନ୍ତି। ଆସନ୍ତୁ ଜାଣିବା କିପରି ସେମାନଙ୍କ ପ୍ରେମ ହୋଇଥିଲା।
ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ ଉପରେ ନଜର ପକେଇବା।
ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ଏହିଦିନ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ରହିଛି ବିଶେଷ ସମ୍ବନ୍ଧ। ଆସନ୍ତୁ ଜାଣିବା।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।
ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍ କଣ୍ଡକ୍ଟର୍। ସପୋର୍ଟିଂ ଭୂମିକାରୁ ଆସି ହୋଇଛନ୍ତି ସୁପରଷ୍ଟାର୍।
କିଛି ଦିନ ଧରି ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥିଲେ। ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ଡେଟିଂ ଖବର ପାଇଁ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥା’ନ୍ତି। ସୁସ୍ମିତା ସେନଙ୍କ ଜନ୍ମଦିନ ୧୯ ନଭେମ୍ବରରେ। ଏହି ଅବସରରେ, ଆସନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି ରୋଚକ କଥା ଜାଣିନେବା।
ଇନ୍ଦିରା ଗାନ୍ଧୀଙ୍କ କେତେକ ବଡ ଓ ଶକ୍ତିଶାଳୀ ନିଷ୍ପତ୍ତି ଯୋଗୁଁ ତାଙ୍କୁ ଲୌହ ମାନବୀ ବୋଲି କୁହାଯାଏ। ତେବେ ଆସନ୍ତୁ ଏହି ଅବସରରେ ସେ ନେଇଥିବା ୫ଟି ବଡ ନିଷ୍ପତ୍ତି ବିଷୟରେ ଜାଣିନେବା ଯାହା ସେତେବେଳେ ଦେଶକୁ ଆଶ୍ଚର୍ଯ୍ୟ କରିଥିଲା ଆଉ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଲୌହ ମାନବୀ କରିଦେଲା।
କମଲ ହାସନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁମୁଖୀ ସୁପରଷ୍ଟାର। ସେ କେବଳ ଜଣେ ଦକ୍ଷ ଅଭିନେତା ନୁହଁନ୍ତି ବରଂ ଜଣେ ଗାୟକ, ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତା ମଧ୍ୟ। ସେ ନିଜ କ୍ୟାରିୟରରେ ପ୍ରାୟ ସମସ୍ତ ସାଉଥ୍ ଭାଷାରେ କାମ କରିଛନ୍ତି। କେବଳ ଏତିକି ନୁହେଁ କମଲ ହାସନ ଅନେକ ହିନ୍ଦୀ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି।
ବିରାଟ କୋହଲିଙ୍କ ଅନେକ ଉତ୍ଥାନ-ପତ୍ତନ ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ତେବେ ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ନେଇ କିଛି ରୋଚକ କଥା ଜାଣିନେବା।
ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ। ଫିଲ୍ମ 'ପଠାନ' ମାଧ୍ୟମରେ ସେ ବଲିଉଡ୍ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।
ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।
ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।
ବର୍ତ୍ତମାନ 'ପୁଷ୍ପା: ଦି ରାଇଜ୍' ର ସିକ୍ୱେଲ୍ 'ପୁଷ୍ପା: ଦ ରୁଲ୍’ କୁ ନେଇ ଚର୍ଚ୍ଚା ଧରିଛି। ପ୍ରଥମ ଭାଗର ବିରାଟ ସଫଳତା ପରେ, ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ତାଙ୍କ ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ରିଏଲ୍ ଲାଇଫ୍ର ଲଭ୍ ଷ୍ଟୋରୀ ଉପରେ ଆସନ୍ତୁ ନଜର ପକେଇ ନେବା।
ଆଜି କପିଲ ଶର୍ମା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ କାର୍ ଏବଂ ବିଳାସପୂର୍ଣ୍ଣ ଜୀବନ ଅଛି। ସେ କିନ୍ତୁ ତାଙ୍କ ଗରିବୀ ଦିନର ପ୍ରେମକୁ ଭୁଲି ନାହାନ୍ତି। ଆଜି ବି ସେ ଖୁବ ଭଲ ପାଆନ୍ତି ଗିନ୍ନୀ ଚତରଥଙ୍କୁ ଆଉ ତାଙ୍କ ପାଇଁ ସେ ସବୁ କିଛି ବୋଲି କୁହନ୍ତି।
ଅଝରୁଦ୍ଦିନ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଜହର ୮ ଫେବୃଆରୀ ୧୯୬୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟର ଭାବରେ ତାଙ୍କର ଏକ କ୍ୟାରିୟର ଥିଲା, କିନ୍ତୁ ତାଙ୍କ ପ୍ରେମ ଜୀବନ ମଧ୍ୟ ଅନେକ ବିବାଦରେ ଘେରି ରହିଥିଲା। ୨ ଜଣଙ୍କ ସହ ହୋଇଥିଲା ଛାଡପତ୍ର।
ଅନେକ ବିଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା ପାଇଛନ୍ତି ଅଭିଷେକ ବଚ୍ଚନ। ଆପଣ ଜାଣିଛନ୍ତି କି ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଏହି ଷ୍ଟାର୍କିଡ୍ ବୀମା ଏଜେଣ୍ଟ ଭାବରେ କାମ କରୁଥିଲେ? ଆସନ୍ତୁ ନଜର ପକେଇବା…
ବଲିଉଡ୍ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୧ ଜାନୁଆରୀ ୧୯୭୫ରେ ଶିମଲା ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଆସନ୍ତୁ ତାଙ୍କ ପିଲାଦିନ, ପାଠପଢା ଆଦି ବିଷୟରେ ଜାଣିନେବା।
ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।
ସେ ଥିଲେ ଓଡିଆ ଭାଷାର ପ୍ରାଣ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା। ତାଙ୍କ ବିନା ଆଜି ଓଡିଆ ଭାଷାକୁ ଚିନ୍ତା କରିବା ବି ସମ୍ଭବ ନୁହେଁ। ସେ ହେଲେ ଭକ୍ତକବି ମଧୁସୂଦନ ରାଓ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
ସେ କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ନିର୍ଦ୍ଦେଶକ, ଗାୟକ ଏବଂ ଟିଭି ହୋଷ୍ଟ୍ ମଧ୍ୟ। ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କର ଏକ ନିଜସ୍ୱ ସଂଘର୍ଷମୟ ଜୀବନ ଅଛି। ଦିନେ ଏକ ଫିଲ୍ମ କରିବା ପାଇଁ ସେ ନେଇଥିଲେ ମାତ୍ର ୧୧ଟଙ୍କା। ସେ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।