• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମନାଲିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ମାଇଲ୍‌ ମାଇଲ୍‌ ଯାଏଁ ଛିଡ଼ା ହୋଇଛି ଗାଡ଼ି । ହିମାଚଳ ହିଲ ଷ୍ଟେସନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାରୁ ୫ କିଲୋମିଟର ଯାଏଁ ଟ୍ରାଫିକ୍‌ ଜାମ୍‌ ହୋଇଛି । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା । ଜଣେ ବ୍ୟକ୍ତି କାର୍‌ ଚଳାଇଥିବାବେଳେ ଦୁଇଟିଯାକ ଡୋର୍‌ ଖୋଲିଥିବା ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଆଉ ଏହି ଅସାବଧାନତା ଯୋଗୁଁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ମନାଲିର ବ୍ୟସ୍ତ ବହୁଳ ରାସ୍ତାରେ କାର୍‌ର ଡୋର ଖୋଲି ମସ୍ତି କରୁଛନ୍ତି । ଡ୍ରାଇଭ୍‌ କରୁଥିବା ବ୍ୟକ୍ତି ଜଣକ ଡୋର୍‌ ଖୋଲିଥିବାବେଳେ ଅନ୍ୟଜଣେ ଯୁବକ କାର୍‌ର ଆନ୍ୟ ଡୋରଟି ଖୋଲି ବାହାରକୁ ଝଲିରହୁଥିବା ଦେଖିବାକୁ ମିଳୁଛି ।

ଭିଡିଓଟିକୁ ଶୁଭମ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଆଉ କ୍ୟପସନରେ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ନକରିବାକୁ ନିବେଦନ ହୋଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦୁଇ ଯୁବକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଟ୍ରାଫିକ୍‌ ଆକ୍ଟ ଅନୁସାରେ ନିୟମ ଉଲ୍ଲଂଘନ ହୋଇଥିବାରୁ ୩୫୦୦ ଟଙ୍କାର ଚାଲାଣ କଟାଯାଇଛି । ଏପରି କାର୍ଯ୍ୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି ଏମାନେ ପର୍ଯ୍ୟଟକ ନୁହଁନ୍ତି, ଏ ହେଉଛନ୍ତି ଅପରାଧୀ । ଏମାନଙ୍କୁ ଅପରାଧୀପରି ବ୍ୟବହାର କରାଯିବା ଆବଶ୍ୟକ । ସେହିପରି ଅନେକ ୟୁଜର୍ସ ନିଜର ମତାମତ ରଖିଛନ୍ତି ।