/odishatv-khabar/media/post_attachments/uploadimage/library/16_9/16_9_0/Musilm_MLA_1703518757.jpg)
Musilm MLA
ଚଳିତବର୍ଷ ରାଜସ୍ଥାନ ନିର୍ବାଚନରେ ଅଲୱର ରାମଗଡର ନବ ନିର୍ବାଚିତ କଂଗ୍ରେସ ବିଧାୟକ ଜୁବେର୍ ଖାନ୍ ଓ ଡିଡବାନା ସିଟ୍ରୁ ନିର୍ବାଚିତ ହୋଇଥିବା ସ୍ୱାଧୀନ ବିଧାୟକ ୟୁନୁସ ଖାନ୍ ଚର୍ଚ୍ଚାରେ ଅଛନ୍ତି । ଏହାର କାରଣ ବିଧାନସଭାରେ ସେମାନଙ୍କ ଶପଥ ଗ୍ରହଣ । ଏହି ଶପଥ ଗ୍ରହଣ ଉତ୍ସବରେ ଏମିତି କଣ କଲେ ? ଯାହାଫଳରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ।
ତେବେ ପୁରା କାହାଣୀଟି ହେଲା, ବିଧାନସଭାରେ ଶପଥ ଗ୍ରହଣ ଉତ୍ସବରେ ଉଭୟ ମୁସଲମାନ ବିଧାୟକ ସଂସ୍କୃତରେ ନେଇଛନ୍ତି ଶପଥ । ଆଉ ତା ବି ପୁରା ସ୍ପଷ୍ଟ ଭାବେ ଉଚ୍ଚାରଣ କରି । ଏନେଇ ଉଭୟ ବିଧାୟକଙ୍କ କହିବା କଥା, ସଂସ୍କୃତ କୌଣସି ଧର୍ମର ଭାଷା ନୁହେଁ। ସଂସ୍କୃତ ଉପରେ ସମସ୍ତଙ୍କର ଅଧିକାର ରହିଛି। ଏହି ଭାଷା ଭାରତର ସବୁଠୁ ପ୍ରାଚୀନ ଭାଷା। ତେଣୁ ଭାରତୀୟ ଭାବେ ଏନେଇ ଆମେ ଗର୍ବିତ।
#ସଂସ୍କୃତରେ_ଶପଥ_ନେଲେ_ମୁସଲମାନ_ବିଧାୟକ
ସଂସ୍କୃତ ଉପରେ ସମସ୍ତଙ୍କର ଅଧିକାର ରହିଛି। ଏହି ଭାଷା ଭାରତର ସବୁଠୁ ପ୍ରାଚୀନ ଭାଷା। ତେଣୁ ଭାରତୀୟ ଭାବେ ଏନେଇ ଆମେ ଗର୍ବିତ#MuslimMLApic.twitter.com/SSFl5bpC0w— ଓଟିଭି (@otvkhabar) December 25, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)