• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ଭୋଜିରେ ନଥିଲା ମଟନ । ଆଉ ଏଇ କାରଣ ପାଇଁ ଭାଙ୍ଗିଗଲା ବାହାଘର । ମଟନକୁ ନେଇ ଉଭୟ ବର ଓ କନ୍ୟା ପକ୍ଷରୁ ପାଟିତୁଣ୍ଡ ହେବା ପରେ ବାହାଘର ବନ୍ଦ ହୋଇଯାଇଛି । ସୂଚନା ଅନୁସାରେ ବାହାଘରକୁ ନେଇ ସମସ୍ତ ପ୍ରକାରର ଆଲୋଚନା ବର ଓ କନ୍ୟା ଘର ପକ୍ଷରୁ ହୋଇଥିଲା । ଆଉ ଆଲୋଚନା ମୁତାବକ ବାହାଘରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ବାହାଘରରେ ବରଯାତ୍ରୀଙ୍କ ପାଇଁ ମଟନର ବ୍ୟବସ୍ଥା କରିବାକୁ କହିଥିଲେ ବରପକ୍ଷ ।

ତେବେ ବାହାଘର ଦିନ ଭୋଜିରେ ମଟନ ହୋଇନଥିଲା । ତେଣୁ ବରଯାତ୍ରୀମାନେ ମଟନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ଧୀରେ ଧୀରେ ଏହା ବଚସାରେ ପରିଣତ ହୋଇଥିଲା । ବରପକ୍ଷର ଲୋକମାନଙ୍କୁ କନ୍ୟା ଘର ଲୋକ ବୁଝାଇବାକୁ ଚେଷ୍ଟା କରିଥିଲେ । ସ୍ଥିତିକୁ ସୁଧାରିବାକୁ ନିବେଦନ ମଧ୍ୟ କରିଥିଲେ । ହେଲେ ବରପକ୍ଷ ଲୋକେ ଏହାକୁ ଅପମାନ ବୋଲି କହିଥିଲେ ।

ପରେ ଏହି ଘଟଣା ଥାନାରେ ପହଞ୍ଚିବା ସହ ବାହାଘରକୁ ବନ୍ଦ କରାଯାଇଥିଲା । ପୋଲିସ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲା । କିନ୍ତୁ କନ୍ୟା ଘର ପକ୍ଷ ଏହାକୁ ଅପମାନ ବୋଲି କହିଥିଲେ । ପରେ ପରେ ବହୁ ବୁଝାସୁଝା କରିବା ପରେ ମଧ୍ୟ ବାହାଘର ହୋଇନଥିଲା ।

ଏହି ଘଟଣା ତେଲେଙ୍ଗାନାରୁ ସାମ୍‌ନାକୁ ଆସିଛି । ନିଜମାବାଦର ଏହି ମାମଲା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ନଭେମ୍ବର ମାସରେ ବାହାଘର ପାଇଁ ଆୟୋଜନ କରାଯାଇଥିବାବେଳେ ବରଯାତ୍ରୀଙ୍କ ପାଇଁ ସମସ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ହେଲେ ଭୋଜିର ମେନ୍ୟୁରେ କେବଳ ମଟନ ନଥିବାରୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।

ଏହି ଘଟଣାକୁ ବହୁ ଲୋକ ଚଳଚ୍ଚତ୍ରର ଘଟଣା ବୋଲି କହିବା ସହ ଚର୍ଚ୍ଚା କରୁଛନ୍ତି । ଗତ ମାର୍ଚ୍ଚ ମାସରେ ରିଲିଜ୍‌ ହୋଇଥିବା 'ବାଲାଗମ୍'ର କାହାଣୀ ବୋଲି କହୁଛନ୍ତି ।