/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703559722.jpg)
Mumbai airport
ଫ୍ରାନସରେ ଅଟକ ବିମାନ ଭାରତରେ ପହଞ୍ଚିଛି । ଗତକାଲି ଫ୍ରାନସରୁ ଛାଡ଼ିଥିବା ବିମାନ କିଛି ସମୟ ତଳେ ମୁମ୍ବାଇରେ ଲ୍ୟାଣ୍ଡ କରିଛି । ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଥିଲା । ସମସ୍ତ ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବାବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି ।
ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି । ୟୁରୋପୀୟ ଦେଶ ରୋମାନିଆରେ ପଞ୍ଜୀକୃତ ଏହି ଚାଟାର୍ଡ ଫ୍ଲାଇଟଟି ଦୁବାଇରୁ ଛାଡ଼ିଥିଲା ଏବଂ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା । ତେବେ ଏହା ଫ୍ରାନ୍ସର ଏକ ଛୋଟ ବିମାନ ବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତ୍ତି କରିବାକୁ ଓହ୍ଲାଇଥିଲା ।
ଏହି ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଥିଲା ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ । ଗୁପ୍ତ ସୂତ୍ରରୁ ଖବର ପାଇ ଏହି ବିମାନରେ ମାନବ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ସନ୍ଦେହ କରାଯାଉଛି ଯେ, ସେମାନେ ନିକରାଗୁଆରୁ ଆମେରିକା କିମ୍ବା କାନାଡ଼ାକୁ ଅବୈଧ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଯାଉଥିଲେ।
ଗତ ୨୩ ତାରିଖରେ ଏନେଇ ସୂଚନା ମିଳିଥିଲା । ମାନବଚାଲାଣ ସନ୍ଦେହରେ ବିମାନଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ଫ୍ରାନ୍ସ । ୟୁରୋପୀୟ ଦେଶ ରୋମାନିଆରେ ପଞ୍ଜୀକୃତ ଏହି ଚାଟାର୍ଡ ଫ୍ଲାଇଟଟି ଦୁବାଇରୁ ଛାଡ଼ିଥିଲା ଏବଂ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା ବୋଲି ଜଣାପଡ଼ିଥିଲା ।
ବିମାନରେ ୩୦୩ ଜଣ ଭାରତୀୟ ଥିଲେ । ଏହି ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଥିଲା ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ ।
ତେଣୁ ବିମାନଟି କେଉଁ କାରଣରୁ ନିକରାଗୁଆ ଯାଉଥିଲା, ଏହି ଯାତ୍ରାର ଅଭିପ୍ରାୟ କଣ, ତାହା ଜାଣିବାକୁ ଚେଷ୍ଟା କରାଯାଉଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)