Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଆସିବେ କିଏ ଆସିବେନି...ମିନାକ୍ଷୀ କହିଲେ....

ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ram Mandir Issued, Minakhi Lekhi

Ram Mandir Issued, Minakhi Lekhi

ସାରା ଦେଶରେ ଏବେ ରାମ ମନ୍ଦିର ଫିଭର । ସମସ୍ତଙ୍କ ମୁହଁରେ ରାମ ନାମ । ସମସ୍ତଙ୍କ ଇଚ୍ଛା ଆଉ ଅଭିଳାସ, ଆମେ ବି ଯିବୁ ଅଯୋଧ୍ୟା ରାମ ଜନ୍ମଭୂମି । ଶ୍ରୀରାମଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିବୁ । ପ୍ରତ୍ୟେକ ଦିନ ଖବର କାଗଜ ହେଉ କିମ୍ବା ଟିଭି, ସବୁଥିରେ ରାମ ମନ୍ଦିର ଚର୍ଚ୍ଚା । ଆଉ ସୋସିଆଲ ମିଡିଆ କଥା ନକହିବା ଭଲ । ମୋବାଇଲ ଖୋଲିବା ମାତ୍ରେ କେବଳ ଶ୍ରୀ ରାମଙ୍କ କଥା ।

Advertisment

ହେଲେ ଏତେ ସବୁ ଆଧ୍ୟାତ୍ମିକତା ଭିତରେ ରାଜନୀତିର ବାସ୍ନା ବି ବାରି ହୋଇପଡ଼ୁଛି । ବିରୋଧୀ ରାମ ମନ୍ଦିରକୁ ନେଇ ଅନେକ ଟିପ୍ପଣୀ ଦେଉଛନ୍ତି । କେନ୍ଦ୍ରର ମୋଦି ସରକାରଙ୍କୁ ବିଭିନ୍ନ ଦିଗରୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ସବୁ ଫ୍ଲପ୍‌ ମାରୁଛି । ଏମିତିକି, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କାହାକୁ ଡକାଯିବ, କାହାକୁ ଡକାଯିବନି, କିଏ ଆସିବେ ଆଉ କିଏ ଆସିବେନି ସେନେଇ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଟାର୍ଗେଟ୍ କରାଯାଉଛି । ଆଉ ଏତେ ସବୁ ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି ।

ତାଙ୍କର ସେହି ବୟାନ ପରେ ବିରୋଧୀ ହରଡ଼ଘଣାରେ ପଡ଼ିଛନ୍ତି । ଯେଉଁମାନେ ଏହି ପ୍ରତିଷ୍ଠା ଉତ୍ସବକୁ ଆସିବେ କି ନାହିଁ ବୋଲି ବିଭିନ୍ନ ଦିଗରୁ ବୟାନବାଜି କରୁଥିଲେ, ଏବେ ସମସ୍ତେ ଚୁପ୍ । ମିନାକ୍ଷୀଙ୍କ ବୟାନଟି ଏମିତି ଯେ, ବିରୋଧୀଙ୍କ ପାଇଁ ଏବେ ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମ ହତ୍ୟା ।

Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କାହାକୁ ନିମନ୍ତ୍ରଣ କରାଯାଇଛି ପ୍ରଶ୍ନର ଉତ୍ତରରେ ମିନାକ୍ଷୀ କହିଛନ୍ତି, ‘ଅନେକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଅନେକଙ୍କୁ କାର୍ଡ ଦିଆଯାଇଛି । ହେଲେ ସ୍ୱୟଂ ଭଗବାନ ଶ୍ରୀରାମ ଯାହାକୁ ଡାକିବେ ସେ ହିଁ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିବେ । କାରଣ ଏଠାରେ ଭଗବାନ ଶ୍ରୀରାମଙ୍କ ଇଚ୍ଛା ବିନା କିଛି ବି ହୁଏନା ।’

ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ଅଭିନେତା, ଶିକ୍ଷାବିତ, କ୍ରୀଡ଼ାବିତ୍, ପଣ୍ଡିତ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଦିନ ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀର ପୁରୁଣା ସ୍ୱପ୍ନ । ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ ବୋଲି ତିଥି ଚୂଡ଼ାନ୍ତ ହୋଇସାରିଛି । ଭାରତବର୍ଷର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଥିବା ଏହି ମହାର୍ଘ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ, ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ହୋଇଛି ବ୍ୟାପକ ଆୟୋଜନ।

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର । ୨୦୨୪ ମସିହା ଜାନୁଆରୀ ୨୨, ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ, ଉତ୍ସାହରେ ଉଛୁଳି ଉଠୁଛି ସାରା ଦେଶ।

Ayodhya Ram Mandir
Advertisment
Advertisment