୧୭ ବର୍ଷ ତଳେ ସାତକୋଶିଆରେ ଥିଲେ ୧୫ ମହାବଳ। ଘୋଷଣା ହୋଇଥିଲା ବ୍ୟାଘ୍ର ଅଭୟାରଣ୍ୟ। ହେଲେ ଧୀରେ ଧୀରେ ବାଘଶୂନ୍ୟ ହୋଇଥିଲା ସାତକୋଶିଆ। ୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ। ସେଥିପାଇଁ ସାତକୋଶିଆ ଅଭୟାରଣ୍ୟ କୋର୍ ଏରିଆରେ କିଭଳି ଚାଲିଛି ପ୍ରସ୍ତୁତି, ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।…
୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ।
୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଭାବରେ ମାରି ଦେଲେ ଗାଁ ଲୋକ । ଗତ ଶନିବାର ଦିନ ସେହି ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା ବାଘ ।
ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି ।
ଟାଇଗର୍ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।
NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ ୧୯୨ ଲିଓପାର୍ଡ ?
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ ।
ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା ।
ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।
ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି।
ଏ ମହାବଳ ମହାରାଷ୍ଟ୍ରର ବୋଲି କେମିତି ଜଣାପଡ଼ିଲା ? ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କିଛିଦିନ ତଳେ ଗଜପତିର ଅଁଳାବର ଜଙ୍ଗଲରେ କ୍ୟାମେରା ଟ୍ରାପରେ ଆସିଥିବା ମହାବଳର ଚିହ୍ନଟ ପାଇଁ ଫଟୋଗୁଡ଼ିକୁ ୱାଇଲ୍ଡଲାଇଫ୍ ଉନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା ।
ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।
ପୁଣିଥରେ ଗଜପତି ଜଙ୍ଗଲକୁ ଫେରିଛି । ବାଘ ପାଦ ଚିହ୍ନ ଓ କ୍ୟାମେରା ଟ୍ରାପରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି ।
ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଲାଣି। ଏମିତିକି ଗତ ୭ ଦିନରେ ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ବାଘ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ଲୋକେ ଦିନରେ ବି ପଦାକୁ ବାହାରିବାକୁ ଡରିଲେଣି..
ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି ।
ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି ।
ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରେ ଆଜି ସକାଳୁ ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ।
ଖବରପାଇ ବନ୍ୟଜନ୍ତୁ ବିଭାଗର ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚିଛି ।
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା।
ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।
ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ଦେଶରେ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖୁସିର କଥା ଓଡ଼ିଶା ଆସୁଥିବା ଇଷ୍ଟର୍ଣ୍ଣ ଘାଟରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ପାଇଛି ।
୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ଟି ବାଘ । ୨୦୧୮ରେ ଏ ସଂଖ୍ୟା ଥିଲା ୨ ହଜାର ୯୬୭ । ବାଘ ସଂଖ୍ୟା ବଢ଼ିଥିବାରୁ ୨୦୨୨ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।