/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703580854.jpg)
Drone strike
ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । କର୍ଣ୍ଣାଟକ ମାଙ୍ଗାଲୋର ଆସୁଥିବା ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ ଆଟାକ ପରେ ଭାରତ ସତର୍କତା ପଦକ୍ଷେପ ସୂରୁପ ଯୁଦ୍ଧ ଜାହାଜ ମୁତୟନ କରିଛି । INS ମୋରମୁଗାଓ, INS କୋଚି, INS କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି ।
ଏଥିସହ ଭାରତୀୟ ନୌସେନା ତାର P-8I ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫଟ ସର୍ଭେଲାନସରେ ନିୟୋଜିତ ହୋଇଛି । ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି ।
ଜାହାଜର ଯେଉଁ ଅଂଶରେ ଆକ୍ରମଣ ହୋଇଥିଲା, ସେଠାରୁ କିଛି ଭଗ୍ନାଂବଶେଷ ସଂଗ୍ରହ କରାଯାଇ ପରୀକ୍ଷା ନୀରିକ୍ଷା ଚାଲିଛି । କେତେ ପରିମାଣର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଆକ୍ରମଣ ପାଇଁ କ’ଣ କ’ଣ ବ୍ୟବହାର କରାଯାଇଥିଲା ସେସବୁର ତଦନ୍ତ ଚାଲିଛି । ଗତ ଶନିବାର ହୋଇଥିଲା ସାଉଦ ଆରବରୁ ମାଙ୍ଗାଲୋର ଆସୁଥିବା ବେଳେ ଆରବ ସାଗରରେ ଏମଭି କେମ୍ ପ୍ଲୋଟୋ ତୈଳବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା ।
ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଥିଲା । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଥିଲା ଭାରତୀୟ ନୌସେନା ।
CGS ବିକ୍ରମକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ଜାହାଜଟି ଗୁଜରାଟର ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ରହିଥିବାବେଳେ ଏହି ଘଟଣା ଘଟିଥିଲା । ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)