/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703591176.jpg)
Narendra Modi
ସାରା ବିଶ୍ୱରେ ପୁଣି ଥରେ ମୋଦୀ ମାନିଆ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ପ୍ରଥମ ନେତା, ଯାହାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦୁଇ କୋଟି ସବ୍ସ୍କ୍ରାଇବର ଯୋଡ଼ି ହୋଇଛନ୍ତି । ଦୁଇ କୋଟି ସବ୍ସ୍କ୍ରାଇବର ପାଇବାରେ ମୋଦୀ ବିଶ୍ୱର ଏକମାତ୍ର ନେତା । ଭାରତର ତଥା ବିଶ୍ୱର ଅନେକ ନେତା ତଥା ସେଲିବ୍ରିଟିଙ୍କଠାରୁ ମଧ୍ୟ ସେ ଖୁବ୍ ଆଗରେ ରହିଛନ୍ତି ।
ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।
⚡️Indian Prime Minister Narendra Modi becomes the first and only world leader to achieve the distinction of having 2 crore subscribers on his personal YouTube channel. pic.twitter.com/RBDtE3b0qC
— Megh Updates 🚨™ (@MeghUpdates) December 26, 2023
ବିଭିନ୍ନ ବିଷୟବସ୍ତୁକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚ୍ୟାନେଲରେ ଯେଉଁ ଭିଡିଓ ପ୍ରସାରିତ ହୋଇଛି, ତାହା କେବଳ ଭାରତର ରାଜନୈତିକ ପ୍ରତିପକ୍ଷଙ୍କୁ ପଛରେ ପକାଇ ନାହିଁ ବରଂ ବିଶ୍ୱର ଅନେକ ନେତାଙ୍କ ତୁଳନାରେ ଖୁବ୍ ଅଧିକ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ତାଙ୍କ ଚ୍ୟାନେଲର ଭିଡିଓ ଭ୍ୟୁ ସଂଖ୍ୟା ୪୫୦ କୋଟି ଟପିଲା ।
ତେବେ ସବୁଠାରୁ ଅଧିକ ସବ୍ସ୍କ୍ରାଇବର ଥିବା ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି । ତାଙ୍କ ୧.୧ ମିଲିୟନ୍ ସବ୍ସ୍କ୍ରାବର ରହିଛନ୍ତି । ସେହିଭଳି ତାଙ୍କ ପଛକୁ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋବାଇଡେନ୍ । ତାଙ୍କର ସବ୍ସ୍କ୍ରାଇବର ସଂଖ୍ୟା ୭ ଲକ୍ଷ ୮୯ ହଜାର ।
/odishatv-khabar/media/post_attachments/images/01hjjty1kz8jxwdx6fqsw3fmej/picture1--1-.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)