ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ ।
ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି ।
ଗତ ୫ ତାରିଖରେ ଅହମ୍ମଦାବାଦ ଗୋଟାରୁ ଧ୍ୱଜଦଣ୍ଡ ଧରି ବାହାରିଥିଲେ ନିର୍ମାଣକାରୀ ସଂସ୍ଥା। ୩ ଦିନର ଯାତ୍ରା ପରେ ଏହି ଧ୍ୱଜଦଣ୍ଡ ଅଯୋଧ୍ୟାରେ ପହଞ୍ଚିଛି।
ପଦ୍ମ ଫୁଲ ଉପରେ ଠିଆ ହୋଇଛନ୍ତି ଶ୍ରୀରାମ । ତାଙ୍କର ହାତରେ ଶୋଭା ପାଉଛି ଧନୁ ତୀର ।
ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି । ଏବେ ସମସ୍ତ ଦୋଷୀ ଜେଲ ଯିବେ ।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସବୁ ଘଟଣାକୁ ଗୋଟି ଗୋଟିକରି ବର୍ଣ୍ଣନା କରିବା ସହ ବିଶ୍ୱ ବିଦ୍ୟାଳୟରୁ ଖୁବ୍ ଶୀଘ୍ର ତାଙ୍କୁ ବିଦା କରିବାକୁ ଦାବି କରିଛନ୍ତି ।
ମୋଦିଙ୍କ ବିରୋଧରେ ମାଲଡିଭ୍ସର ୩ ମନ୍ତ୍ରୀ ମନ୍ତବ୍ୟ ଦେବା ପ୍ରସଙ୍ଗରେ ସମନ ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଲଡିଭସର ୩ ମନ୍ତ୍ରୀ ।
୨୦୧୮ରେ ଯୋଗେନ୍ଦ୍ର କୁମାର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ହଠାତ୍ ଘରୁ କେଉଁଆଡ଼କୁ ଚାଲିଯାଇଥିଲେ । ପରେ ପରିବାର ଓ ପତ୍ନୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ।
ଏପରି ଏକ ନିଆରା ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିଧୀକୁ ଆସିଛି । କିଛି ମହିଳା ଜାନୁଆରୀ ୨୨ ତାରିଖ ଦିନ ନିଜର ସନ୍ତାନକୁ ଜନ୍ମ ଦେବାନେଇ ଏକ ମେଡିକାଲର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ ।
ମଝିରେ ମାତ୍ର ୧୪ ଦିନ । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢ଼ିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି।
ସଜେଇ ହେଲାଣି ସିଂହଦ୍ୱାର। ଗଢ଼ା ଚାଲିଛି ଗଜଦ୍ୱାର। କାନ୍ଥ କହୁଛି...ରାମ କାହାଣୀ। ଜାନୁଆରୀ ୨୨, ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ପ୍ରସ୍ତୁତି ସେତିକି ତୀବ୍ର ବେଗରେ ଚାଲିଛି।
ଯଦି ଆପଣଙ୍କର ଭଲ ରୋଜଗାର ରହିଛି ତେବେ ଏହି ଯୋଜନା ଆପଣଙ୍କୁ ବେଶ୍ ଫାଇଦା ଦେବ । ମାତ୍ର ୭ ବର୍ଷର ନିବେଶରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ ।
ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।
ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।
ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।
ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।
ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।
ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।
ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।
ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।
ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1 ନିକଟରେ ପହଞ୍ଚିବ ।
ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା। ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ। ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ।