ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ମିଳିଲା ପତ୍ତା। ରାତି ପ୍ରାୟ ସାଢେ ୧୧ଟା ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ନିଖୋଜ ଭାରତୀୟ ଛାତ୍ରୀ ନୀତିଶା କୁଣ୍ଡଲା। ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିର୍ଭସିଟିର ସେନ୍ ବର୍ଣ୍ଣାର୍ଡିନୋରେ ପଢୁଥିଲେ। ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି ନୀତିଶା ।
ଗେଲ ବସରର ପୁଅ ଥିଲା ଆୟୂଷ । ଅସହାୟ ବାପା ଆଶିଷ କିନ୍ତୁ ତାକୁ ନେଇ ଆଶ୍ରମ ସ୍କୁଲରେ ଛାଡ଼ି ଦେଲେ ତାର ଉଜ୍ୱଳ ଭବିଷ୍ୟତ ପାଇଁ । ହେଲେ ଦିନେ ସେ କୁଆଡ଼େ ଚାଲିଗଲା । ଏବେ ହଜିଲା ପୁଅକୁ ଖୋଜୁଛନ୍ତି ତା ପରିବାର । ବାପା ଆଶିଷ କହୁଛନ୍ତି, ଖୋଜି ଆଣିଦିଅ ମୋ ପୁଅକୁ । ରାଇରଙ୍ଗପୁରରୁ ଦେଖନ୍ତୁ ଏହି ରିପୋର୍ଟ..
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।
ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ ।
ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା।
ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।