Advertisment

Kurla Jungle Girl rescued: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ଆଉ ଜଣଙ୍କୁ ଗିରଫ କଲା ପୋଲିସ

ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Bargarh

Bargarh

ବରଗଡର ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ମଙ୍ଗଳବାର ଏହି ଘଟଣାକୁ ନେଇ ବାର ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ସୋମବାର ୩ ଜଣଙ୍କୁ ଗିରଫ କରିଥିଲା। ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚା ଜୋର୍ ଧରିଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ପୋଲିସର ଅବହେଳା କାରଣରୁ ଘଟଣାକୁ ଆଠ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୋଲିସ । ବରଗଡର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି । ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହ ଶହ ଗାଡି ମଟର ଅଟକି ରହିଛି । ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ ।

Advertisment

ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ବରଗଡ଼ ବ୍ଲକ ଖଣ୍ଡହାତ ମାଲିପାଲି ଗାଁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହାସହ ଗିରଫଦାରି ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏପଟେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୋଲିସ।

ଅଧିକ ପଢ଼ନ୍ତୁ: ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Advertisment

ଘଟଣା ଦିନ ଯୁବତୀ ଜଣଙ୍କ ଦୁଇ ଜଣ ଅଭିଯୁକ୍ତଙ୍କ ସ୍କୁଟି ପଛରେ ବସି ବୁଲୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ତେବେ ଯୁବତୀ ଓ ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ କଣ ସମ୍ପର୍କ ତାହା ଏଯାଏ ଜଣା ପଡିନାହିଁ। ସେହିପରି ୧୨ ତାରିଖ ରାତିରେ ଯୁବତୀଙ୍କ ଘରକୁ ଆସିଥିବା ଫୋନ କଲ ପଛରେ କିଏ ଥିଲେ ତାହା ମଧ୍ୟ ଜଣା ପଡିନାହିଁ। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ କରିବା ପାଇଁ ପୋଲିସର ଅନୁସନ୍ଧାନ ଜାରି ରହିଛି।

୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ ଯୁବତୀ। ପରେ ୪୮ ଘଣ୍ଟା ପରେ ତାଙ୍କୁ କୁର୍ଲାର ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କୁ ଚାରିଆଡେ ଖୋଜା ଖୋଜି କରାଯାଇଥିବର ବେଳେ କୁର୍ଲା ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରଥିଲା ପରିବାର। ୧୨ ତାରିଖ ରାତିରେ ଜଣେ ଯୁବକ ଯୁବତୀଙ୍କ ଫୋନରୁ ତାଙ୍କ ଘରକୁ କଲ କରିଥିଲେ। ଯୁବତୀ ଜଣଙ୍କ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାରକୁ କହିଥିଲେ। ସୋମବାର ୩ ଜଣଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି ସର୍ଜନ ଡନସେନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସେନା l 

ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

Bargarh Arrest
Advertisment
Advertisment