ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।
ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ ।
ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ରାୟପୁରରୁ ଫୈଜାନ ଖାନଙ୍କୁ ଗିରଫ କରିଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା ।
୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକୁ ପ୍ରତିଶ୍ରୁତି ଦିଆଯାଇଥିଲା କି ଯଦି ବାବା ସିଦ୍ଦିକଙ୍କୁ ହତ୍ୟା କରିବ, ୨୫ ଲକ୍ଷ ଟଙ୍କା, କାର, ଦୁବାଇ ଟ୍ରିପ୍ ଓ ଫ୍ଲାଟ୍ ଦିଆଯିବ ।
ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।
ମର୍ଡର କରିବା ପରେ କିଭଳି ଖସି ପଳାଇବେ ସେ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା ଯୋଜନା । ୬୫ ଗୁଳି ସହ ବାବା ସିଦ୍ଦିକିଙ୍କୁ ମାରିବାକୁ ଆସିଥିଲେ ହତ୍ୟାକାରୀ ।
ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ। ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା। ଆଉ ସେ ଏବେ ଜେଲରେ ପେଷୁଛନ୍ତି ଚକି!
ଡିସେମ୍ବର ୬ ତାରିଖ ରାତି ୧୦ଟାରୁ ୧୦.୧୫ ମଧ୍ୟେର ଏହି ଘଟଣା ସାମ୍ନାକୁ ଆସିଥିଲା। ଏସ୍ଏଫ୍ ଗୁପ୍ତା ରାତ୍ରୀ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଜଣେ ମହିଳାଙ୍କ ସହ ଟ୍ରେନ୍ରେ ନାଚୁଥିବାର ଭିଡିଓ ରେକର୍ଡ ହୋଇଥିଲା।
ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ ।
ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।
ଶାହରୁଖ୍ଙ୍କ ଘର ‘ମନ୍ନତ’ ଆଗରେ ଲୋକମାନେ ଫିଲ୍ମ ‘ଜବାନ’କୁ ନେଇ ବିକ୍ଷୋଭ କରିବା ସହ ଫିଲ୍ମରେ ରହିଥିବା କିଛି ସିନ୍କୁ ନେଇ କଡ଼ା ବିରୋଧ କରିଛନ୍ତି ।
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି।
ବଲିଉଡ୍ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।
ମୁମ୍ବାଇ ପୋଲିସ୍ ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ୱାଟ୍ସଆପ୍ରେ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି। ସହରରେ ୨୬/୧୧ ଭଳି ଆକ୍ରମଣ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।
ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍ ।
ମୁମ୍ବାଇ ପୋଲିସ୍ କମିଶନର କୈସର ଖାଲିଦ କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍ଏମ୍ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି
ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ବିଲେଇ ମିଆଁଉ ମିଆଁଉ ଶବ୍ଦ କରି ଦେଇଥିଲେ ସୂଚନା । ଉଦ୍ଧାର କରିଥିଲା ମୁମ୍ୱାଇ ପୋଲିସ୍ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି ।
ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’ । ଏଭଳି ଏକ ଫୋନ୍ କଲ୍ ଆସିଥିଲା ମୁମ୍ବାଇ ପୋଲିସକୁ । ଆଉ ତାପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ । ଗତକାଲି ରାତିରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା ।