Advertisment

Hyderabad Murder: ସଇତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ; ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ବଳକା ଅଂଗ ହ୍ରଦରେ ଫିଙ୍ଗିଲା

ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ପୋଲିସ ଆଗରେ ସତ ମାନିଲା।

author-image
Sonali Ojha
Murder

Murder

ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ସେହିପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ପ୍ରେସର୍‌ କୁକର୍‌ରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି ସ୍ୱାମୀ। ହାଇଦ୍ରାବାଦରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଘଟାଇଛନ୍ତି ଏପରି ବୀଭତ୍ସ କାଣ୍ଡ। ହାଇଦ୍ରାବାଦ ମୀରପେଟ୍‌ ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ।

Advertisment

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୂର୍ବରୁ ସେ ସେନାରେ କାର୍ଯ୍ୟ କରୁଥିଲେ। ସେଠାରୁ ଅବସର ନେବା ପରେ ବର୍ତ୍ତମାନ କାଞ୍ଚନବାଗ DRDOରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପତ୍ନୀ ଭେଙ୍କଟ ମାଧବୀ ଏବଂ ଦୁଇ ପିଲାଙ୍କ ସହିତ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡା ଘରେ ରହୁଥିଲେ।

ଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା। ଜାନୁଆରୀ ୧୮ ତାରିଖରେ ମାଧବୀ ହଠାତ୍ ନିଖୋଜ ହୋଇଗଲେ ଏବଂ ମୂର୍ତ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ଲୋକଙ୍କ ସହ ସେ ନିଜେ ମୀରପେଟ୍ ପୋଲିସ ଷ୍ଟେସନରେ ମାଧବୀ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ। ମୂର୍ତ୍ତି ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଯାଇଥିଲେ । ସେଠାରେ ଏପରି ଅଭିନୟ କରିଥିଲେ ଯେପରି ସେ ତାଙ୍କ ସ୍ତ୍ରୀଙ୍କ ବିଷୟରେ କିଛି ଜାଣି ନାହାଁନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାରୋଲରେ ଆସିଲେ, ସ୍ତ୍ରୀ ସହ ୩ ପିଲାଙ୍କୁ ମାରିଦେଲେ

ପୋଲିସ ଘଟଣାର ତଦନ୍ତ କଲା। ସନ୍ଦେହ ହେବାରୁ ଅଧିକ ପଚରାଉଚରା ପାଇଁ ସ୍ୱାମୀଙ୍କୁ ଅଟକ ରଖା ଯାଇଥିଲା। ପୋଲିସ ତୁହାକୁ ତୁହା ଜେରା କରିଥିଲା। ସେ ସ୍ତ୍ରୀକୁ ଶେଷ ଥର କେତେବେଳେ ଦେଖିଥିଲେ ?  ସେ ନିଖୋଜ ହେବ ସଂପର୍କରେ କେତେବେଳେ ଖବର ପାଇଲେ? ଖବର କିଏ ଦେଇଥିଲା ? ସ୍ତ୍ରୀ ସହ ଶେଷ ଥର କେତେବେଳେ ଏକାଠି ବସି ଖାଇଥିଲେ ? ସେ ସମୟରେ ପାଖରେ ପିଲାମାନେ ଥିଲେ କି ନାହିଁ ? ପିଲାମାନେ ତାଙ୍କ ମା'କୁ ବେଶୀ ଭଲ ପାଆନ୍ତି କି ବାପାଙ୍କୁ ବେଶୀ ଭଲ ପାଆନ୍ତି ? ଏମିତି ଅନେକ ପ୍ରଶ୍ନ ବାରମ୍ୱାର ପଚାରୁ ପଚାରୁ ଅଭିଯୁକ୍ତ ସ୍ୱାମୀ ପାଟିରୁ କଥା ବାହାରି ନଥିଲା।  ପୂର୍ବରୁ କହିଥିବା କଥା ଓ ପରେ କହିଥିବା କଥାରେ ତାଳମେଳ ରହିନଥିଲା। 

ଏହାପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଆସି ଗୁଡେଇତୁଡେଇ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନ ବାଣରେ ଛନ୍ଦି ହୋଇଯିବା ପରେ ଶେଷରେ ସତ ମାନିଥିଲା ପିଶାଚ ସ୍ୱାମୀ।  ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ମୃତଦେହ ବିଷୟରେ ପଚରା ଯିବାରୁ ସେ ଯାହା କହିଥିଲେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଏହାକୁ ପ୍ରେସର କୁକରରେ ରାନ୍ଧିଥିଲେ। ଅବିଶିଷ୍ଟ ଅଂଶ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ଏହି ଘଟଣାରେ ମୂର୍ତ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

Murder Hyderabad
Advertisment
Advertisment