Advertisment

Saif ali Khan Attack: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ଘରେ ପଶିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ନିଦରେ ଶୋଇ ପଡିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

author-image
Saroj Kumar Jena
Saif ali Khan

Saif ali Khan

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ଘରେ ପଶିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡ ନିଦରେ ଶୋଇ ପଡିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୧୬ ତାରିଖରେ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ସେହଜାଦ ଆଲିଆସ ବିଜୟ ଦାସ ପାଚେରୀ ଡେଇଁ କମ୍ପାଉଣ୍ଡରେ ପ୍ରବେଶ କରିଥିଲେ। କମ୍ପାଉଣ୍ଡ ଏରିଆରେ ସିସିଟିଭି ନ ଥିବା ବେଳେ ଡ୍ୟୁଟିରେ ଥିବା ଗାର୍ଡ ମାନେ ଶୋଇଥିଲେ। ଏହାର ସୁଯୋଗ ନେଇ ଆକ୍ରମଣକାରୀ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା।

Advertisment

ଗତ ଗୁରୁବାର ଦିନ ସୈଫ୍ ଅଲୀଙ୍କୁ ବାଂଲାଦେଶୀ ଯୁବକ ଶରିଫୁଲ ଇସଲାମ ସେହଜାଦ ଘରେ ପଶି ଛୁରି ମାଡ଼ କରିଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୈଫ୍। ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା। ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରି ଅଭିଯୁକ୍ତ ଘରୋଇ ସହାୟିକାଙ୍କ ସହ ଯୁକ୍ତିତର୍କ କରିଥିଲା। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣକ ତାଙ୍କୁ ଛୁରାମାଡ କରିଥିଲା। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ମାମଲାର ତଦନ୍ତ ଜାରି ରହିଛି। ସୈଫ ନିଜ ଘରେ ସ୍ତ୍ରୀ କରୀନା କପୁର ଖାନ, ପୁଅ ତୈମୁର ଓ ଜେହ ସହିତ ଶୋଇଥିଲେ। ଘରୋଇ ସହାୟିକାଙ୍କ ସହ ଯୁବକ ଜଣକ ଯୁକ୍ତିତର୍କ କରୁଥିବା ବେଳେ ସୈଫ ଉଠି ପଡିଥିଲେ। ଯୁବକ ଓ ସୈଫଙ୍କ ମଧ୍ୟରେ ଝଗଡା ହେବା ପରେ ଯୁବକ ଜଣଙ୍କ ସୈଫଙ୍କୁ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ମୁମ୍ବାଇ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ୭ଟି ଟିମ ଗଠନ କରାଯାଇଥିଲା। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତର ସନ୍ଧାନ କରିଥିଲେ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୩ ଜଣ ଘରୋଇ ସହାୟକଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ନିକଟରେ ସୈଫ ଅଲୀ ଖାନ ପରିବାର ସହିତ ସ୍ବିଜରଲାଣ୍ଡରେ ନୂଆବର୍ଷ ଛୁଟି କାଟି ଗତ ସପ୍ତାହରେ ଫେରିଥିଲେ। ସୈଫ ଶେଷ ଥର ପାଇଁ ତେଲୁଗୁ ଫିଲ୍ମ ଦେବରା ପାର୍ଟ-୧ରେ ନଜର ଆସିଥିଲେ। ସୈଫଙ୍କ ବ୍ୟତୀତ ଜୁନିୟର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ, ଶ୍ରୀକାନ୍ତ ମେକା, ଟମ ସାଇନ ଚାକୋ ଓ ନାରାୟଣ ଏହି ଫିଲ୍ମରେ ନଜର ଆସିଥିଲେ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ ଓ ହିନ୍ଦି ଭାଷାରେ ଏକା ସାଙ୍ଗରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି ୫୨୧ କୋଟି ଟଙ୍କା ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ

Saif Ali Khan
Advertisment
Advertisment