Advertisment

Forest Department Raid: ବିଜେଡି ନେତାଙ୍କ ପଥର ଖଣିରେ ବନ ବିଭାଗର ରେଡ୍‌

ସରକାର ବଦଳିବା ପରେ ଆକ୍ସନ୍‌ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ।

author-image
Manoranjan Sial
ଅଦ୍ୟତନ ହୋଇଛି
Nayagarh

Nayagarh

ବିଜେଡି ନେତା ବେଣୁଧର ପ୍ରଧାନଙ୍କ ଅଡୁଆ ବଢିଲା। ତାଙ୍କ ଲିଜ୍‌ରେ ଚାଲିଥିବା କାସିଆ ଖଣିରେ ପୁଣି ରେଡ୍‌ କରିଛି ବନ ବିଭାଗ। ଏପରିକି ଜଙ୍ଗଲ ଜମିରେ ବେଆଇନ୍‌ ଭାବେ ଖଣିକୁ ଯାଇଥିବା ରାସ୍ତାକୁ ଖୋଳି ବନ୍ଦ କରିଦେଇଛି ନୟାଗଡ଼ ବନ ବିଭାଗ।

Advertisment

ଭାପୁର ତହସିଲ କାସିଆ ଖଣି ସଂଲଗ୍ନ ଜଙ୍ଗଲ ଜମିରେ ମନଇଚ୍ଛା ରାସ୍ତା କରି ବର୍ଷବର୍ଷ ଧରି ମାଲବାହୀ ଗାଡ଼ି ନେବା ଆଣିବା କରୁଥିଲେ ବେଣୁଧର ପ୍ରଧାନ। ବିଜେଡି ସରକାରର ଛତ୍ରଛାୟା ତଳେ ରହି ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ବେଆଇନ୍‌ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା।

ସରକାର ବଦଳିବା ପରେ ଆକ୍ସନ୍‌ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ। ନୟାଗଡ଼ DFO କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ଟିମ କାସିଆ ପାହାଡ଼କୁ ଯାଇ ରାସ୍ତା କାଟିଛନ୍ତି। ଜଙ୍ଗଲ ରାସ୍ତାରେ ଏବେ ଆଉ ମାଲବାହୀ ଗାଡ଼ି ଚଳପ୍ରଚଳ କରିପାରିବ ନାହିଁ।

Advertisment

ଲିଜଧାରୀ ବିଜେଡି ନେତା ବେଣୁଧର ପ୍ରଧାନ ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ସମ୍ପର୍କରେ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲା। କିଛିମାସ ତଳେ ତାଙ୍କ ଉପରେ ୨୪ କୋଟିର ଫାଇନ ପକାଇଥିଲା ନୟାଗଡ଼ ଖଣି ବିଭାଗ। ଆଉ ଏବେ ବନ ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି। କାସିଆ ପାହାଡ଼ରୁ ମିଳିଥିବା ଅନୁମତିଠାରୁ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲରେ ଜମିରେ ରାସ୍ତା ସମ୍ପର୍କରେ ପୂର୍ବରୁ ଏନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।

Nayagarh BJD Forest Department
Advertisment
Advertisment