• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ପୁତୁଲଙ୍କ ଘରେ ପୁଣି ଚୋର
ଚୋରଙ୍କ ଟାର୍ଗେଟରେ ନିରଞ୍ଜନ ପଟ୍ଟନାୟକଙ୍କ ଘର

ଚୋରଙ୍କ ଟାର୍ଗେଟରେ ପୁଣି ଥରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର। ଗତ ୨୬ ତାରିଖ ରାତିରେ ତାଙ୍କ ନୟାପଲ୍ଲୀ ଘରୁ ବଡ଼ ଧରଣର ଲୁଟ୍ ପରେ ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ ଚାଲିଥିବା ବେଳେ ଧରାପଡ଼ିଛି ଚୋର।

ପୁତୁଲଙ୍କ ଘରେ ପୁଣି ଚୋର
Target Niranjan: ଟାର୍ଗେଟରେ ନିରଞ୍ଜନ ପଟ୍ଟନାୟକ, ପୁଣି ତାଙ୍କ ଘରୁ ଚୋରି ଉଦ୍ୟମ

ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ହୋଇଛି ଚୋରି ଉଦ୍ୟମ ।

Knife Attack
Attack: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଭଡ଼ାଟିଆଙ୍କୁ ଛୁରାମାଡ଼ କଲେ ଘର ମାଲିକ

ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।

snake
ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ।ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା ।

ଫାଇନାନ୍ସ ଲୋନ୍ ନା ଗଞ୍ଜେଇ କାରବାର ଲିଙ୍କ୍ ? ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ । ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା । ୪ ଦିନ ନିକାଞ୍ଚ ସ୍ଥାନରେ ରଖି ଦେଇଥିଲେ ନିର୍ଯାତନା । ସେମାନଙ୍କୁ ଉଦ୍ଧାର ପରେ ଗଞ୍ଜାମ ଚିକିଟି ଅପହରଣ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଟଙ୍କା ନଦେଲେ ନାଗ ସାପ କାମୁଡାଇ ମାରି ଦେବାକୁ ଭୟଭୀତ ବି କରୁଥିଲେ ଅପହରଣକାରୀ।

  • Monday, 27 January 2025
Niranjan Patnaik
Loot in Niranjan Patnaik House: ଦୁଇଦିନ ବିତିଲା, ଟେର ପାଉନି ପୋଲିସ୍‌

ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ।

Ganjam
Police Rescue Kidnapped Persons: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି?

Uttarakhand Violence
Uttarakhand Violence: ରାଇଫଲ୍ ଧରି ବିଧାୟକଙ୍କ ଘରେ ପଶିଲେ ପୂର୍ବତନ ବିଧାୟକ, ଫୁଟେଇ ଚାଲିଲେ ଗୁଳି

ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।

Naxal
Maoists Attack: ମାଓବାଦୀଙ୍କ ବର୍ବର କାଣ୍ଡ; ପରିବାର ଲୋକଙ୍କ ଆଗରେ ଯୁବକଙ୍କୁ ହାଣି ଦେଲେ

ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ।

kidnap
Kidnapping: ଫିଲ୍ମ ଷ୍ଟାଇଲରେ ଅପହରଣ ; ୨କୋଟି ଦିଅ; ନ ହେଲେ ଖାଇବ ନାଗ ସାପ ଚୋଟ

ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ନହେଲେ ସେମାନେ ମୋତେ ମାରିଦେବେ...। ମୋତେ ଦୟାକରି ପୁଲିସ ଜିମାରେ ଦେଇଦିଅ...। ଏପରି କହି ଅପହୃତ ଯୁବକଟି ଅଚେତ ହୋଇଯାଇଥିଲା। ପରେ ଯୁବକଙ୍କୁ ପାଣି ଛାଟିବା ପରେ ଯୁବକଙ୍କ ଚେତା ଫେରିଥିଲା।

Gold Jewelleries Stolen
Manappuram Robbery: ମଣପୁରମ୍ ସୁନା-ଟଙ୍କା ଚୋରି ଘଟଣା; ମାଷ୍ଟରମାଇଣ୍ଡ ଜେଲ ଭିତରେ ଥାଇ କରାଇଥିଲା ଡକାୟତି...

ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି  ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି।

ମ୍ୟାଚ୍‌ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ୍‌
Saif Ali Khan: ସୈଫଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ, ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍‌ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।

ନିରଞ୍ଜନଙ୍କ ଘରୁ ଚୋରି କରି ଛୁ’
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍

ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।

ନିରଞ୍ଜନଙ୍କ ଘରୁ ଚୋରି କରି ଛୁ’
Niranjan Patnaik’s: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।

Niranjan Patnaik
Niranjan Patnaik: ନିରଞ୍ଜନଙ୍କ ଘରେ କଳାକନା ବୁଲାଇଲେ ଚୋର; ଲୁଟିନେଲେ ୫୦ଲକ୍ଷ ଟଙ୍କାର ସୁନା ଗହଣା,ନଗଦ ଟଙ୍କା

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ପୁଅ ବୋହୂ ରହୁଥିବା ଉପର ମହଲାରୁ ଚୋରି ହୋଇଥିବା ନିରଞ୍ଜନ କହିଛନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଛି।

Gold Loot In Kendrapara
Gold Loot: ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର ଚଳୁ କରିଦେଲେ ଦୁର୍ବୃତ୍ତ, ସୁନା ସଫା କରିବାକୁ ଆସି ସୁନା ଲୁଟିନେଲେ..

ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର ।‌ ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର ।‌ ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଦୁର୍ବୃତ୍ତ ।‌

Criminal Activities Increase
ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍

ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍ । ବ୍ୟବସାୟୀଙ୍କୁ ବଟି ମାଗିବା ହେଉ ବା ମାଉଜର ଧରି ଗାଁ ଦାଣ୍ଡରେ ଗୁଳି ଫୁଟାଇବା । ଏମିତିକି ବୋମାରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ।

Criminal Activities Increase
Criminal Activities Increase: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍‌ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍‌ ହେଉଛନ୍ତି।

BJD
ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍

ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍। ମାମଲାର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ। ଏହା ସହ ତଦନ୍ତ ସଂପର୍କରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

ATM Loot in odisha
ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ....

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ.... ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।

ATM Loot in odisha
ATM Loot In Odisha: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।

Crime
Youth Hacks Uncle and Aunty: କାକା ଓ ଖୁଡ଼ିଙ୍କ ରକ୍ତରେ ହୋଲି ଖେଳିଲା ପୁତୁରା !

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍‌ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।

ଫ୍ରିଜ୍‌ରେ ରଖିଥିଲେ ଶବ
122 Nights With Dead Body: ୮ ମାସ ହେଲା ହତ୍ୟାକାରୀ ଆସୁଥିଲା, ଫ୍ରିଜ୍ ଖୋଲି ଶବ ଦେଖୁଥିଲା

ଜାନୁଆରି ୯ ତାରିଖରେ ବି ସେହି ଘର ଖୋଲି ସଫା ସଫି କଲେ। ସେଦିନ ହଠାତ୍ ଘରୁ କିଛି ଦୁର୍ଗନ୍ଧ ଆସିଥିଲା। କିନ୍ତୁ ଏହାକୁ ଗୁରୁତ୍ବ ନଦେଇ ସଫା କରିବା ପରେ କବାଟ ବନ୍ଦ କରି ଚାଲିଆସିଥିଲେ। ଜାନୁଆରି ୧୦ ସକାଳେ ଘର ଭିତରୁ ଉତ୍କଟ ଦୁର୍ଗନ୍ଧ ଆସିଲା। ବଲବିର୍ ଘରର କବାଟ ଖୋଲି ସାରା ଘର ଯାଞ୍ଚ କରିଥିଲେ। କିନ୍ତୁ ଘରେ ସେଭଳି କୌଣସି ଜିନିଷ ପଚିନଥିବା ଜଣାପଡ଼ିଥିଲା। ତେବେ ଫ୍ରିଜ ନିକଟକୁ ଗଲା ପରେ ସେଠାରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ।

Mahanga Double Murder Case
Mahanga Double Murder: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।

Crime
Cyber Fraud: ୪କୋଟିର ସାଇବର ଠକେଇ, ବନ୍ଧା ହେଲେ ୭

କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍‌ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା।

maoist
ଓଡ଼ିଆ ନକ୍ସଲ ଆଲୋକକୁ ନେଇ ହଇଚଇ

ଗରିଆବନ୍ଧ ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ ଘଟଣା । ଓଡ଼ିଆ ନକ୍ସଲ ଆଲୋକ ଓରଫ୍ ବାଉରିବନ୍ଧୁକୁ ନେଇ ହଇଚଇ । ମାଓନେତା ସବ୍ୟସାଚୀ ଲିଙ୍କରେ ଆସି ଯାଇଥିଲା ଲାଲଗଡ଼ । ୨୦ ବର୍ଷ ଧରି ନିଖୋଜ ଥିବାରୁ ଶ୍ରାଦ୍ଧ ସାରିଥିଲେ ପରିବାର ।